fbpx

‘କରୋନାର ତୃତୀୟ ଲହର ନିଶ୍ଚିତ ଆସିବ’ : କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା

ନୂଆଦିଲ୍ଲୀ,୫ ।୫: କରୋନାର ଦ୍ୱିତୀୟ ଲହର ଯୋଗୁଁ ଦେଶରେ ହାହାକାର ସୃଷ୍ଟି ହେଉଥିବା ବେଳେ ଖୁବଶୀଘ୍ର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୭୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩,୮୨,୩୧୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ କରୋନା ସଂକ୍ରମଣ .୦୬,୬୫,୧୪୮ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୩,୮୨,୩୧୫ ପାର୍ କରିଛି ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶ ଦାତା କେ ବିଜୟ ରାଘବନ କହିଛନ୍ତି ଯେ, ଭାରତରେ କରୋନାର ତୃତୀୟ ଲହର ନିଶ୍ଚିତ ଆସିବ । ହେଲେ କେତେବେଳେ ଆସିବ, ତାର ସମୟ କହିହେବନି । ଫଳରେ ଆମକୁ ସଜାଗ ରହିବାକୁ ପଡିବ ଓ ଟିକାକୁ ଗୁରୁତ୍ୱ ଦେବାକୁ ପଡିବ ।’

ଅନ୍ୟପଟେ ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି, ‘କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ୫ ରାଜ୍ୟ ଯଥା- ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ଼, ଓ ତେଲେଙ୍ଗାନାରେ ସଂକ୍ରମଣକମିବାରେ ଲାଗିଛି । ମାତ୍ର କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢୁଛି । ୧୨ ରାଜ୍ୟରେ ଆକ୍ଟିଭ କେସ ୧ ଲକ୍ଷରୁ ଅଧିକ ରହିଛି । ଏହା ସହ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ୟୁପି, ଆନ୍ଧ୍ରରେ ଦେଢ ଲକ୍ଷ ଆକ୍ଟିଭ କେସ ରହୁଛି । ଗତ ସପ୍ତାହକ ମଧ୍ୟରେ ବେଙ୍ଗଲୁରୁରେ ଦେଢଲକ୍ଷ ଆକ୍ରାନ୍ତ ବାହାରିଛନ୍ତି । କୋଝିକୋଡ. ଏର୍ଣ୍ଣାକୁଲମ, ଗୁରୁଗ୍ରାମରେ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଛି ।’

Get real time updates directly on you device, subscribe now.