fbpx

ଦିଲ୍ଲୀକୁ ପ୍ରତିଦିନ ୭୦୦ ମେଟ୍ରିକର ଅକ୍ସିଜେନ୍ ସପ୍ଲାଏ କରିବାକୁ ପଡିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୭/୫(ଓଡିଶା ଭାସ୍କର): ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ପରବର୍ତ୍ତୀ ଆଦେଶ ନ ଦିଆଯିବା ପର୍ଯ୍ୟନ୍ତ ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ୍ ମେଡିକାଲ୍ ଅକ୍ସିଜେନ୍ ଯୋଗାଇବେ କେନ୍ଦ୍ର ସରକାର । ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଜାତୀୟ ରାଜଧାନୀ ଅଞ୍ଚଳରେ ମେଡିକାଲ୍ ଅକ୍ସିଜେନ୍ ଅଭାବ ସଂକ୍ରାନ୍ତରେ ଦିଲ୍ଲୀ ସରକାର ଦାଖଲ କରିଥିବା ଆବେଦନର ଶୁଣାଣି କରିଥିଲେ । ଚେତାବନୀ ଦେଇ ଖଣ୍ଡପୀଠ କହିଛନ୍ତି ଯେ, ଦୈନିକ ୭୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ଅକ୍ସିଜେନ୍ ଯୋଗାଣ ନ ହେଲେ ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କ ବିରୋଧରେ ଆଦେଶ ଜାରି ହେବ।

ଦିଲ୍ଲୀ ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରି ବରିଷ୍ଠ ଆଡ୍ଭୋକେଟ୍ ରାହୁଳ ମେହେରା ପୂର୍ବରୁ ଦିଲ୍ଲୀ ସରକାର ଗ୍ରହଣ କରୁଥିବା ଅକ୍ସିଜେନ୍ ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟଙ୍କୁ ଅବଗତ କରାଇଥିଲେ । ଏଥିସହ ଶୁକ୍ରବାର ସକାଳ ୯ଟା ସୁଦ୍ଧା ୮୬ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପାଇଥିବା ଏବଂ ଆଉ ୧୬ ମେଟ୍ରିକ୍ ଟନ୍ ଅମ୍ଳଜାନ ଆସୁଥିବା କଥା ମଧ୍ୟ ସେ ଲିଖିତ ଭାବେ ଖଣ୍ଡପୀଠଙ୍କୁ ଜଣାଇଥିଲେ । ତେବେ ଏହି ପ୍ରସଙ୍ଗର ଶୁଣାଣି ବେଳେ ବିଚାରପତି ଚନ୍ଦ୍ରଚୂଡ଼ କହିଲେ, ଆମେ ଚାହୁଁ ଦିଲ୍ଲୀକୁ ୭୦୦ ମେଟ୍ରିକ୍ ଟନ୍ ଯୋଗାଇ ଦିଆଯାଉ । ଆମେ ଗୁରୁତ୍ବର ସହ ଏକଥା କହୁଛୁ କି, ଅକ୍ସିଜେନ୍ ଯୋଗାଇ ଦିଆଯାଉ । ଖଣ୍ଡପୀଠ ଆହୁରି ମଧ୍ୟ ଗୁରୁତ୍ବାରୋପ କରି କହିଛନ୍ତି, ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଣ ସଂକ୍ରାନ୍ତ ଆଦେଶ ଆଜି ଅପରାହ୍ଣ ସୁଦ୍ଧା ଅପ୍-ଲୋଡ୍ ହେବା ଉଚିତ ।

Get real time updates directly on you device, subscribe now.