fbpx

୧୬ ବର୍ଷରୁ କମ୍ କିଶୋରଙ୍କୁ କରୋନା ଟିକା ପାଇଁ ଫାଇଜରର ଆବେଦନ

ନୂଆଦିଲ୍ଲୀ, ୦୭/୦୫: ଆମେରିକାର ଫାର୍ମା କମ୍ପାନୀ ଫାଇଜର ୧୬ ବର୍ଷରୁ କମ ବୟସରୁ କମ ବର୍ଗଙ୍କୁ ଟିକା ଦେବା ନେଇ ଆବେଦନ କରିଛି । ଏହି ଟିକା Pfizer ଏବଂ BioNTech ଦ୍ୱାରା ପ୍ରସ୍ତୁତ  । ୧୬ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରେ ଏହି ଟିକା ବ୍ୟବହାର କରିବାକୁ ଲାଇସେନ୍ସ ପାଇଁ ଉଭୟ କମ୍ପାନୀ ଆମେରିକାର ଫୁଡ ଏବଂ ଡ୍ରଗ ଆଡମିନିଷ୍ଟ୍ରେସନ ପାଖରେ ଆବେଦନ କରିଛନ୍ତି। ପୂର୍ବରୁ ଏହି ଟିକା କେବଳ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ବ୍ୟବହୃତ ହେଉଥିଲା, କିନ୍ତୁ ବର୍ତ୍ତମାନ ଏହାର ପରିସରକୁ ବୃଦ୍ଧି କରାଯାଉଛି ।

ଭାରତରେ ମଧ୍ୟ ଏହାକୁ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦିଆଯିବା ନେଇ ଚର୍ଚ୍ଚା ହେଉଛି । ଫାଇଜର ଚେୟାରମ୍ୟାନ୍ ତଥା ସିଇଓ ଆଲବର୍ଟ ବୁର୍ଲା ଗତ ସୋମବାର କହିଥିଲେ ଯେ କମ୍ପାନୀ ଭାରତରେ ଏହାର ଟିକା ଶୀଘ୍ର ଉପଲବ୍ଧ କରାଇବା ପାଇଁ ଭାରତ ସରକାରଙ୍କ ସହ ଆଲୋଚନା କରୁଛି, ଯାହା ଦ୍ୱାରା ଏହା ଶୀଘ୍ର ଅନୁମୋଦନ ହୋଇପାରିବ। ଫାଇଜର ଏହା ପୂର୍ବରୁ ଏପ୍ରିଲରେ କହିଥିଲା ଯେ ଏହାର ଟିକାକୁ ଭାରତରେ ସରକାରୀ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ଲାଭଜନକ ମୂଲ୍ୟରେ ଉପଲବ୍ଧ କରାଇବାକୁ ପ୍ରସ୍ତାବ ଦେଇଛି ଏବଂ ଏହି ଟୀକାକୁ ଭାରତରେ ଉପଲବ୍ଧ କରାଇବା ପାଇଁ ସରକାରଙ୍କ ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ।

ବୁର୍ଲା କହିଥିଲେ, ‘ଫାଇଜର ଅବଗତ ଅଛି ଯେ ମହାମାରୀକୁ ଶେଷ କରିବା ପାଇଁ ଟୀକାକରଣର ଉପଲବ୍ଧତା ଗୁରୁତ୍ୱପୂର୍ଣ୍ଣ । ଦୁର୍ଭାଗ୍ୟବଶତ ଆମର ଟୀକା ଭାରତରେ ପଞ୍ଜୀକୃତ ହୋଇନାହିଁ, ଯଦିଓ ଆମେ ମାସେ ପୂର୍ବରୁ ଆବେଦନ କରିଥିଲୁ। ସେ କହିଛନ୍ତି ଯେ ଦେଶରେ ଉପଲବ୍ଧ ହେବାକୁ ଥିବା ଆମର Pfizer ଏବଂ BioNTech ଟିକାକୁ ଶୀଘ୍ର ଅନୁମୋଦନ କରିବା ପାଇଁ ଆମେ ଭାରତ ସରକାରଙ୍କ ସହ ଆଲୋଚନା କରୁଛୁ ।’

ଅଧ୍ୟୟନ ନହେବା କାରଣରୁ ଦିଆଯାଇନଥିଲା ଅନୁମତି

ଫାଇଜର ପୂର୍ବରୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା ସେତେବେଳେ କୌଣସି ସ୍ୱଦେଶୀ ଅଧ୍ୟୟନ ନଥିବା ହେତୁ କମ୍ପାନୀକୁ ଅନୁମତି ଦିଆଯାଇନଥିଲା। କମ୍ପାନୀ କହିଛି ଯେ ସାରା ବିଶ୍ୱରେ ଏହାର ଦକ୍ଷତା ଆଧାରରେ ଅନୁମତି ଦିଆଯିବା ଉଚିତ୍। ବର୍ତ୍ତମାନ କରୋନା ଭୂତାଣୁର ଦ୍ୱିତୀୟ ଲହର ମଧ୍ୟରେ ସରକାର ବିଦେଶୀ ଟିକାକୁ ମଞ୍ଜୁରୀ ମଧ୍ୟ ଦେଇଛନ୍ତି । ଆଶ କରାଯାଉଛି ଫାଇଜର ଟିକା ଉପରେ ଖୁବଶୀଘ୍ର କୌଣସି ନିଷ୍ପତ୍ତି ନିଆଯାଇପାରେ ।

Get real time updates directly on you device, subscribe now.