fbpx

ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ବସନ୍ତ ପଣ୍ଡାଙ୍କ ଚିଠି: କଳାହାଣ୍ଡି ଓ ନୂଆପଡ଼ାକୁ ଜରୁରୀ ଧ୍ୟାନ ପାଇଁ ଅନୁରୋଧ

ଭୁବନେଶ୍ୱର, ୦୭/୦୫: ରାଜ୍ୟରେ କରୋନାର ଦ୍ରୁତ ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ଲକଡାଉନ ଜାରି କରିଛନ୍ତି । ତେବେ କଳାହାଣ୍ଡି ଓ ନୂଆପଡ଼ାର କରୋନାକୁ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ବସନ୍ତ ପଣ୍ଡା । କଳାହାଣ୍ଡି ଓ ନୂଆପଡ଼ାରେ କରୋନାକୁ ନେଇ ହେଉଥିବା ଅସୁବିଧା ସହ ଅବଗତ କରାଇବା ସହ କଳାହାଣ୍ଡି ଓ ନୂଆପଡ଼ାକୁ ଜରୁରୀ ଧ୍ୟାନ ଦେବାକୁ କହିଛନ୍ତି ଶ୍ରୀ ପଣ୍ଡା । ସମସ୍ତଙ୍କ ଘରେ କ୍ୱାରେଣ୍ଟାଇନ ସୁବିଧା ନଥିବାରୁ ଆଇସୋଲେସନ ସେଣ୍ଟର ପାଇଁ ଦାବ କରିବା ସହ ପ୍ରତି ପଞ୍ଚାୟତରେ ଆଇସୋଲେସନ କେନ୍ଦ୍ର ଆରମ୍ଭ କରିବା ପାଇଁ ଅନୁରୋଧ କରିଛନ୍ତି  । ଟେଷ୍ଟିଂ ବୃଦ୍ଧି ସହ ପଞ୍ଚାୟତସ୍ତରରେ ଟେଷ୍ଟିଂ କିଟ୍ ଯୋଗାଇବାକୁ ଅନୁରୋଧ କରିଛନ୍ତି, ପ୍ରତି CHC ରେ କୋଭିଡ୍ ହସ୍ପିଟାଲ, ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଧିକ ଡାକ୍ତର ନିୟୋଜିତ କରିବା, ଆଇସିୟୁ, ଭେଣ୍ଟିଲେଟର ଓ ଅକ୍ସିଜେନ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ଦାବି କରିଛନ୍ତି । ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ଟୀକାକରଣର ସୁପରିଚାଳନା ପାଇଁ ଅଧିକାରୀଙ୍କୁ ନିୟୋଜିତ କରାଯିବା ପାଇଁ ଅନୁରୋଧ କରିଛନ୍ତି ବସନ୍ତ ପଣ୍ଡା ।

Get real time updates directly on you device, subscribe now.