fbpx

ଆଜିଠୁ ୧୭ ଯାଏଁ ୩୧ଟି ଟ୍ରେନ୍ ରଦ୍ଦ

ନୂଆଦିଲ୍ଲୀ, ୧୨/୦୫: ଦେଶରେ ଜାରି ରହିଛି କରୋନା ଆତଙ୍କ । ଫଳରେ ଅନେକ ରାଜ୍ୟରେ ଲାଗୁ ହୋଇଛି ଲକଡାଉନ । ତେବେ ଏହି ଲକଡାଉନର ପ୍ରଭାବ ପଡିଛି ରେଳ ଚଳାଚଳ ଉପରେ ଫଳରେ ଭାରତୀୟ ରେଳବାଇ ଏହାର ବିଭିନ୍ନ ରେଳ ରୁଟରେ ପରିବର୍ତ୍ତନ କରିଛି । ଏହା ସହ ବିଭିନ୍ନ ଟ୍ରେନକୁ ବନ୍ଦ ମଧ୍ୟ କରିଛି ।

ତେବେ ଆଜିଠୁ ମେ ୧୭ ପର୍ଯ୍ୟନ୍ତ ଗଡ଼ିବନି ୩୧ଟି ଟ୍ରେନ୍ ।  ଏନେଇ ତାଲିକା ଜାରି କରିଛନ୍ତି ଭାରତୀୟ ରେଳବାଇ । ଦେଶରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ପୂର୍ବରୁ କେତେକ ରୁଟରେ ଟ୍ରେନ୍ ଚଳାଚଳ ରଦ୍ଦ ହୋଇଥିବା ବେଳେ ପୂର୍ବତଟ ସୀମାନ୍ତ ରେଳବାଇ ପଶ୍ଚିମବଙ୍ଗ ଏବଂ ବିହାର ମଧ୍ୟରେ ଚାଲୁଥିବା ଟ୍ରେନଗୁଡିକୁ ବନ୍ଦ କରାଯାଇଛି । ଏହି ତାଲିକାଗୁଡିକରେ ୩୧ଟି ଟ୍ରେନକୁ ରଦ୍ଧ କରିଛନ୍ତି ଭାରତୀୟ ରେଳବାଇ । ତେବେ ଏହି ସବୁ ଟ୍ରେନଗୁଡିକ ଆସନ୍ତା ୧୭ ତାରିଖ ଯାଏଁ  ଯାତ୍ରା କରିପାରିବ ନାହିଁ ।

 

Get real time updates directly on you device, subscribe now.