fbpx

କଲେକ୍ଟରଙ୍କ ପରେ ଏସଡିଏମଙ୍କ ଦାଦାଗିରି: ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା ମାରିବା ସହ କଲେ ଉଠବସ୍, ଦେଖନ୍ତୁ ଭିଡିଓ

ରାୟପୁର: ପ୍ରଥମେ ଆରମ୍ଭ ହେଲା କଲେକ୍ଟରଙ୍କ ଦାଦାଗିରି ଆଉ ଏବେ ଏସଡିଏମଙ୍କ ପାଳି । ଛତିଶଗଡ଼ର ସୁରଜପୁର ଜିଲ୍ଲାର କଲେକ୍ଟର ରଣବୀର ଶର୍ମା ଲକଡାଉନ ସମୟରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ଫୋନ୍ ଭାଙ୍ଗି ଦେଇଥିଲେ । ଏହି ଭିଡିଓଟି ସୋସାଆଲ ମିଡ଼ିଆରେ ଭାଇରାଲ ହେବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଜିଲ୍ଲାପାଳଙ୍କୁ ପଦରୁ ହଟାଇ ଦେଇଥିଲେ । ଅନୁରୂପ ଭାବେ ଏହି ଘଟଣାର କିଛି ସମୟ ପରେ ସୁରଜପୁରର ଏସଡିଏମ ପ୍ରକାଶ ସିଂହ ରାଜପୁତଙ୍କ ଦାଦାଗିରି ସାମନାକୁ ଆସିଛି ।

ତେବେ ଭାଇରାଲ ହୋଇଥିବା ଭିଡିଓରେ ଏସଡିଏମ ଜଣେ ଯୁବକଙ୍କୁ ଥପଡ୍ ମାରିବା ସହ ବସଉଠ୍ କରାଉଛନ୍ତି । ତେବେ ଏହାପରେ ଯୁବକ ଜଣକ ହାତ ଯୋଡ଼ି ଏସଡିଏମଙ୍କୁ କ୍ଷମାପ୍ରାର୍ଥନା କରିଥିଲେ । ଭିଡିଓରେ ଯୁବକ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ସହ ସହ କଥାବାର୍ତ୍ତା କରୁଥିବା ଦେଖାଯାଇଥିଲା । କରୋନା ସମୟରେ ସାଧାରଣ ଜନତାଙ୍କ ପ୍ରତି ସିନିୟର ସରକାରୀ କର୍ମଚାରୀଙ୍କ ଏପରି ଅମାନୁଷିକ ବ୍ୟବହାର ବାସ୍ତିବିକ ନିନ୍ଦନୀୟ । କଲେକ୍ଟରଙ୍କ ହରକତ ପାଇଁ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସେହିପରି ଏସଡିଏମଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଆଗକୁ ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.