fbpx

ଚୀନରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୀନରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ୍ ସିଲିଣ୍ଡର । ଦେଶକୁ ପ୍ରଥମ ଥର ପାଇଁ ଚୀନରୁ ଅକ୍ସିଜେନ୍ ଆସିଛି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ସେ କହିଛନ୍ତି ଯେ, ଅକ୍ସିଜେନ୍ ଅଭାବରୁ ଯେପରି କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ନ ହୁଏ । ତେବେ ଖୁବ୍ ଶୀଘ୍ର ଏହି ଅକ୍ସିଜେନ୍ କୁ ରାଜ୍ୟର ବିଭିନ୍ନ ମେଡିକାଲକୁ ପଠାଯିବ । ବର୍ତ୍ତମାନ ପହଞ୍ଚିଥିବା ସିଲିଣ୍ଡର ଏବଂ ଆଗକୁ ଆସିବାକୁ ଥିବା ଅକ୍ସିଜେନ୍ ସିଲିଣ୍ଡର କରୋନା ମୁକାବିଲାରେ ବେଶ୍ ସହାୟକ ହେବ ଏବଂ ଆବଶ୍ୟକ ସମୟରେ ବ୍ୟବହାର କରିବା ପାଇଁ ଅକ୍ସିଜେନ୍ ସିଲିଣ୍ଡର କୁ ମହଜୁଦ୍ କରି ରଖାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.