fbpx

‘ଏତିକି ଦିନ ଭିତରେ ଭ୍ୟାକ୍ସିନ ଲଗାଇ ପ୍ରମାଣପତ୍ର ଦାଖଲ କରନ୍ତୁ, ନଚେତ୍ ମିଳିବନି ଦରମା’, କରୋନା ଦମନ ପାଇଁ ଜିଲ୍ଲାପାଳ ଆପଣାଇଲେ ନୂଆ ତରିକା

ଫିରୋଜାବାଦ: ରାଜ୍ୟକୁ କରୋନା ମୁକ୍ତ କରିବା ପାଇଁ ଉତ୍ତରପ୍ରଦେଶ ସରକାର ସଂକଳ୍ପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ଟିକାକରଣ ପାଇଁ ଆସନ୍ତା ଜୁନ୍ ପହିଲାରୁ ମହାଅଭିଯାନ ଆରମ୍ଭ କରିବେ । ସେପଟେ ଫିରୋଜାବାଦ ଜିଲ୍ଲାପାଳ ଚନ୍ଦ୍ର ବିଜୟ ସିଂହ ଏକ ନୂତନ ଉପାୟ ଆପଣାଇଛନ୍ତି । ତିନି ଦିନ ମଧ୍ୟରେ ଟିକାକରଣ ପ୍ରମାଣପତ୍ର ଜମା ନକଲେ ଦରମା ମିଳିବ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳ କହିଛନ୍ତି ଯେ, ଯେଉଁମାନଙ୍କର ଟିକାକରଣ ହେଇନାହିଁ, ସେମାନେ ପ୍ରଥମେ ଟିକା ଲଗାନ୍ତୁ । ଏଥିସହ ତାହାର ପ୍ରମାଣପତ୍ର ଟ୍ରେଜେରୀ ଅଫିସରେ ଜମା କରାନ୍ତୁ, ନଚେତ୍ କୌଣସି ପରିସ୍ଥିତିରେ ଦରମା ମିଳିବ ନାହିଁ । ଏହି ସୂଚନା ମିଳିବା ପରେ ଲୋକମାନେ ଡରରେ ଟିକାକେନ୍ଦ୍ରରେ ପହଞ୍ଚୁ ଥିବାର ଦେଖିବାକୁ ମିଳୁଛି । ରାଜ୍ୟରେ ୧୮ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ ସମସ୍ତ ବର୍ଗର ୧ କୋଟି ଲୋକଙ୍କର ଟିକାକରଣ କରାଯିବ । ଜୁନ୍ ୧ ତାରିଖରୁ ରାଜ୍ୟରେ ଟିକାକରଣକୁ ବ୍ୟାପକ କରାଯିବ ବୋଲି ମୁଖ୍ୟ ସଚିବ ସୂଚନା ଦେଇଛନ୍ତି । ରାଜ୍ୟର ଅଧିକାଂଶ ଲୋକ ଟିକା ନେଇ ନଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.