fbpx

ଧୂମପାନ କରୁଥିବା ବ୍ୟକ୍ତିଙ୍କ କୋଭିଡ୍ ମୃତ୍ୟୁ ଆଶଙ୍କା ୫୦ ପ୍ରତିଶତ ଅଧିକ: ଡବ୍ଲୁଏଚଓ

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଆଗକୁ ଆଉ କେତେ ବର୍ଷ ପର୍ଯ୍ୟନ୍ତ ଏହା ରହିବ ତାହା କହିବା ମୁସ୍କିଲ୍ । ଦ୍ୱିତୀୟ ଲହରରେ କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ଅଧିକ ଦରକାର ପଡୁଥିବା ବେଳେ ଏହା ସିଧାସଳଖ ଫୁସଫୁସ୍, ବୃକକ୍ ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଉପରେ ପଡୁଥିବା ବିଶେଷଜ୍ଞ ମାନେ କହିଛନ୍ତି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଅଧିକ ଧୂମପାନ କରୁଥିବା ଲୋକଙ୍କ ଉପରେ କରୋନା ପ୍ରଭାବଶାଳୀ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୦ ପ୍ରତିଶତ ରହିଥାଏ ।

ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍ ଅଧନୋମ୍ ମେ ୨୮ରେ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କହିଛନ୍ତି ଯେ, ଧୂମପାନ କରୁଥିବା ଲୋକମାନଙ୍କ ଠାରେ କରୋନା ଗମ୍ଭୀର ରୂପ ନେଇଥାଏ ଏବଂ ଏଥିରେ ମୃତ୍ୟୁ ହେବାର ଆଶଙ୍କା ୫୦ ପ୍ରତିଶତ ଅଧିକ ରହିଥାଏ । ତେଣୁ କରୋନା ମହାମାରୀ ଠାରୁ ନିସ୍ତାର ପାଇବାକୁ ହେଲେ ଧୂମପାନ ଛାଡ଼ିବାକୁ ହେଉଛି ବୁଦ୍ଧିମାନର କାମ ହେବ । ଏଥିସହିତ ଏହା ଫଳରେ କ୍ୟାନସର୍, ହୃଦଘାତ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଭଳି ଆଶଙ୍କା ଅଧିକ ରହିଥାଏ ବୋଲି ସେ କହିଛନ୍ତି ।

ଖାଲି ସେ ନୁହନ୍ତି ବରଂ ଅନ୍ୟାନ୍ୟ ବିଶେଷଜ୍ଞ ମାନଙ୍କ କହିବା କଥା ଯେ, ଫୁସଫୁସ୍ ଯେତେ ସୁସ୍ଥ ରହିବ ସଂକ୍ରମଣରୁ ନିସ୍ତାର ପାଇବାର ଆଶଙ୍କା ମଧ୍ୟ ସେତେ ଅଧିକ ରହିବ । ତେଣୁ ଯେଉଁ ମାନେ ଧୂମପାନ କରନ୍ତି ସେମାନଙ୍କ ଠାରେ ସଂକ୍ରମଣ ପରେ ମୃତ୍ୟୁ ଆଶଙ୍କା ରହିଥାଏ ଏବଂ ଯଦି ସେମାନେ ସଂକ୍ରମଣରୁ ସୁସ୍ଥ ହୋଇଯାଉଛନ୍ତି ତାହେଲେ ସୁସ୍ଥ ପରେ ନିମୋନିଆର ହେବାର ଅଧିକ ଆଶଙ୍କା ରହିଥାଏ । ଏଥିସହ ଏହା ଖୁବ୍ ଗମ୍ଭୀର ସାବ୍ୟସ୍ତ ହୋଇପାରେ । ତେଣୁ ଏହି କୋଭିଡ୍ ସମୟରେ ଫୁସଫୁସକୁ ସୁସ୍ଥ ରଖିବାକୁ ଚେଷ୍ଟା କରିବା ଦରକାର ବୋଲି କହିଛନ୍ତି ବିଶେଷଜ୍ଞ ।

Get real time updates directly on you device, subscribe now.