fbpx

ବିଷାକ୍ତ ମଦ ପିଇ ବହୁ ଲୋକଙ୍କ ମୃତ୍ୟୁ: ୫ ଗିରଫ, ନିଲମ୍ବିତ ହେଲେ ୩ ଅବକାରୀ ଅଧିକାରୀ

ନୂଆଦିଲ୍ଲୀ: ବିଷାକ୍ତ ମଦ୍ୟପାନ କରି ୨୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯିବା ସହ ୩ ଜଣ ଅବକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଉତ୍ତରପ୍ରଦେଶର ଆଲିଗଡ଼ ଜିଲ୍ଲାରେ ଏହି ଭୟାବହ ଘଟଣା ଘଟିଛି । ଗୁରୁତର ମାନଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ତେବେ ବିଷାକ୍ତ ମଦ କାରବାର ଘଟଣାର ମୁଖ୍ୟ ଆସାମୀ ଅନୀଲ ଚୌଧୁରୀକୁ ଗିରଫ କରାଯାଇଛି । ତା’ର ଆଉ ଦୁଇ ସହଯୋଗୀ ଫେରାର ଥିବା ଜଣାପଡ଼ିଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଅବକାରୀ ବିଭାଗର ଜଣେ ଜିଲ୍ଲା ସ୍ତରୀୟ ଅଧିକାରୀ, ଜଣେ ଇନ୍ସପେକ୍ଟର ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇ ସେମାନଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.