fbpx

ଏହି ପକ୍ଷୀର ଅଣ୍ଡା କରେ ମୌସୁମୀ ଆସିବାର ଭବିଷ୍ୟବାଣୀ, ପଢ଼ନ୍ତୁ ପୂରା ଖବର

ବୁନ୍ଦେଲଖଣ୍ଡ: ବଦଳୁଥିବା ଯୁଗରେ ଲୋକମାନେ ବିଜ୍ଞାନ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି । ବର୍ଷା ହେବା ଠାରୁ ଆରମ୍ଭ କରି ଖରା ହେବା ପର୍ଯ୍ୟନ୍ତ ସବୁକିଛି ପାଣିପାଗ ବିଭାଗ ଦ୍ୱାରା ଲୋକେ ଜାଣି ପାରୁଛନ୍ତି । ହେଲେ ଏହି ବିଜ୍ଞାନ ଯୁଗରେ କିଛି ପୁରୁଣା ପରମ୍ପରା ଆଜି ପର୍ଯ୍ୟନ୍ତ ଜୀବିତ ହୋଇ ରହିଛି । ଯାହା ଉପରେ ଗାଁ ଗହଳିର ଲୋକମାନେ ନିର୍ଭର ହୋଇ ଭବିଷ୍ୟତ କଥାକୁ ଅନୁମାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବୁନ୍ଦେଲଖଣ୍ଡରେ ଗ୍ରାମୀଣ ଅଞ୍ଚଳରେ ଏକ ସମ୍ପ୍ରଦାୟ ଏପରି ରହିଛନ୍ତି ଯେଉଁମାନେ ପକ୍ଷୀର ଅଣ୍ଡା ଦେଖି ବର୍ଷା ହେବାର ଭବିଷ୍ୟତ ଅନୁମାନ କରନ୍ତି । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ବୁନ୍ଦେଲଖଣ୍ଡର ଏକ ଗ୍ରାମୀଣ ଅଞ୍ଚଳ ରହିଛି ଯେଉଁଠାରେ ଏକ ପକ୍ଷୀର ଅଣ୍ଡା ଉପରେ ମୌସୁମୀ ଆସିବାର ପୂର୍ବାନୁମାନ କରନ୍ତି । ତେବେ ଉକ୍ତ ପକ୍ଷୀର ନାଁ ହେଉଛି ଟିଟହରୀ ପକ୍ଷୀ । ଏହି ଟିଟହରୀ ପକ୍ଷୀ ଚାଷ ଜମିରେ ଅଣ୍ଡା ଦେଉଥିବା ବେଳେ ଏହାର ଅଣ୍ଡା ସଂଖ୍ୟାକୁ ଦେଖି ସେଠାକାର ଲୋକ ମାନେ ବର୍ଷା ଆସିବାରେ ପୂର୍ବାନୁମାନ କରନ୍ତି । ଆଉ ସେମାନଙ୍କର ଏହି ପରମ୍ପରା ଉପରେ ପୂର୍ଣ୍ଣ ବିଶ୍ୱାସ ମଧ୍ୟ ରହିଛି ।

ଟିଟହରୀ ପକ୍ଷୀ

ଦେଉଥିବା ଅଣ୍ଡା ଗୁଡିକରେ ଯଦି କୌଣସି ଦୁଇଟି ଅଣ୍ଡା ଲାଗିକି ରହିଥାଏ ବା ଅଣ୍ଡା ନିଜ ନିଜ ଭିତରେ କେତେ ଲାଗିକି ରହିଥାଏ । ତାହେଲେ ପୂରା ବୁନ୍ଦେଲଖଣ୍ଡରେ ଉକ୍ତ ମାସରେ ଭଲ ବର୍ଷା ହୋଇଥାଏ । ଆଉ ଯେଉଁ ଅଣ୍ଡା ଅଲଗା ହୋଇ ରହିଥାଏ । ତାକୁ ଦେଖି ଜଣାପଡେ ଯେ, ସେହି ମାସରେ ଭଲ ବର୍ଷା ନାହିଁ ବା କମ୍ ବର୍ଷା ହେବାର ଅଛି । ତେବେ କଥା ହେଉଛି ଏହି ପରମ୍ପରା ଉପରେ ପୂରାତନ କାଳରେ ଲୋକମାନେ ନିର୍ଭର କରୁଥିଲେ । ଆଉ ତାହାକୁ ଦେଖି ଚାଷୀ ଚାଷ ଆରମ୍ଭ କରିବ କି ନାହିଁ ତାହା ନିଷ୍ପତି ନେଇଥାଏ । ହେଲେ ବର୍ତ୍ତମାନ ପାଣିପାଗ ବିଭାଗ ବର୍ଷା ହେବ କି ନାହିଁ ତାହା ପୂର୍ବାନୁମାନ କରୁଥିଲେ ମଧ୍ୟ ବୁନ୍ଦେଲଖଣ୍ଡର ଲୋକ ମାନେ ଟିଟହରୀ ପକ୍ଷୀ ଅଣ୍ଡା ଉପରେ ନିର୍ଭର କରୁଛନ୍ତି ।

ଏହି ପକ୍ଷୀ ଭାରତର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳୁଥିବା ବେଳେ ଏହା ୩ ରୁ ୪ ଟି ଅଣ୍ଡା ହେଇଥାଏ । ଏହି ପକ୍ଷୀ କୌଣସି ବସା କିମ୍ବା ଗଛ ଉପରେ ଦେଇ ନଥାଏ । ସେ କେବଳ ଚାଷ ଜମି କିମ୍ବା ନଦୀ ପାଖ ଜମିରେ କିଛି ପଥରକୁ ଏକାଠି କରି ତାରି ଉପରେ ଅଣ୍ଡା ଦେଇଥାଆନ୍ତି । ଏମାନେ ଅଣ୍ଡା ଦେବା ପରେ ସେଠାରୁ ଖୁବ୍ ଦୂରକୁ ଉଡି ଯାଇ ବସନ୍ତି ଯେମିତି କେଉଁ ପଶୁକୁ ସନ୍ଦେହ ହେବ ନାହିଁ । ଏ ବର୍ଷ ଟିଟହରୀ ପକ୍ଷୀ ୩ ଟି ଅଣ୍ଡା ଦେଇଥିବା ବେଳେ ସେଥିରୁ ଦୁଇଟି ଅଣ୍ଡା ଲାଗିକି ରହିଛି ଏବଂ ଅନ୍ୟଟି ଅଲଗା ରହିଛି । ତେଣୁ ବୁନ୍ଦେଲଖଣ୍ଡର କୃଷକ ମାନଙ୍କ ମାନିବା କଥା ଯେ, ଏବର୍ଷ ଭଲ ବର୍ଷା ହେବ । ଖାଲି ସେତିକି ନୁହେଁ ଆଉ ଯଦି ପକ୍ଷୀ ୪ଟି ଅଣ୍ଡା ଦିଏ ତେବେ ଭୀଷଣ ବର୍ଷା ହେବ ବୋଲି ସେଠାକାର ଲୋକଙ୍କର ବିଶ୍ୱାସ ରହିଛି ।

Get real time updates directly on you device, subscribe now.