fbpx

ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ବନ୍ଦ ଦାବି ସମ୍ପର୍କରେ ସୋମବାର ନିଷ୍ପତ୍ତି ଶୁଣାଇବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର କାର୍ଯ୍ୟକୁ ଜାରି ରଖିବାକୁ ଅନୁମତି ଦିଆଯିବ କି ନାହିଁ ତାହା ଉପରେ ସୋମବାର ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତି ଶୁଣାଇବେ। ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ହୋଇଥିବା ଯାଚିକା ଉପରେ ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଏକ ବେଞ୍ଚ ଶୁଣାଣି କରିଛନ୍ତି। ଖଣ୍ଡପୀଠ ଏହାର ନିଷ୍ପତ୍ତି ମେ ୩୧ ତାରିଖରେ ଶୁଣାଇବେ ।

ଅନୁବାଦକ ଅନ୍ୟା ମାଲହୋତ୍ରା ଏବଂ ଐତିହାସିକ ତଥା ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ସୋହେଲ ହାଶମୀଙ୍କ ମିଳିତ ଆବେଦନର ଶୁଣାଣିକୁ  କୋର୍ଟ ମଇ ୧୭ ରେ ସଂରକ୍ଷିତ ରଖିଥିଲେ। ଉଭୟ ସେମାନଙ୍କ ଆବେଦନରେ ଯୁକ୍ତି ଦର୍ଶାଇଥିଲେ ଯେ କୋଭିଡ ମହାମାରୀ ସମୟରେ ଏହି ପ୍ରକଳ୍ପ ଏକ ଆବଶ୍ୟକୀୟ କାର୍ଯ୍ୟ ନୁହେଁ ଏବଂ ଏହାକୁ କିଛି ସମୟ ପାଇଁ ବନ୍ଦ କରିହେବ  ।

ସୂଚନା ଯୋଗ୍ୟ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ ନୂତନ ସଂସଦ ଭବନ ଏବଂ ସରକାରୀ ମନ୍ତ୍ରଣାଳୟ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ଅଧୀନରେ ବର୍ତ୍ତମାନର ସଂସଦ ଗୃହ ସ୍ଥାନରେ ଏକ ତ୍ରିଭୁଜ ଆକୃତିର ସଂସଦ ଗୃହ ନିର୍ମାଣ ହେବ।

Get real time updates directly on you device, subscribe now.