fbpx

ପୁଣି ଫେରିଲା ଜିଓର ୯୮ ଟଙ୍କିଆ ପ୍ଲାନ, ଦିନକୁ ଡାଟା @ ୧.୫ ଜିବି

ନୂଆଦିଲ୍ଲୀ: ଜିଓ ନିଜର ଗ୍ରାହକଙ୍କ ପାଇଁ ପୁଣି ଥିରେ ନେଇ ଆସିଛି ଏହାର ୯୮ ଟଙ୍କିଆ ପ୍ଲାନ । କମ୍ପାନୀର ଏହି ପ୍ଲାନ ପ୍ରାୟ ଏକ ବର୍ଷରୁ ବନ୍ଦ ହୋଇଯାଇଥିଲା । ପୂର୍ବରୁ ଏହି ୯୮ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ କଲ ସହ ୨ ଜିବି ଡାଟା ୨୮ ଦିନ ପାଇଁ ମିଳୁଥିଲା । ତେବେ ଏଥର ଏହି ପ୍ଲାନରେ କୌଣସି ଅତିରିକ୍ତ ସୁବିଧା ମିଳିବ ନାହିଁ ବରଂ ଏଥିରେ ପୂର୍ବରୁ ଥିବା ୨୮ ଦିନର ବୈଧତାକୁ ୧୪ କରାଯାଇଛି ତେବେ ଏହି ନୂଆ ପ୍ଲାନ ଆସିବା ପରେ ଏବେ ଜିଓର କମ୍ବୋ ପ୍ଲାନ ୧୨୯ ପରିବର୍ତ୍ତେ ୯୮ରୁ ଆରମ୍ଭ ହେବ ।

ଜିଓ ର ଏହି ନୂଆ ୯୮ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୧୪ ଦିନର ବୈଧତା ମିଳିବ । ଏହା ସହ ଅନଲିମିଟେଡ କଲ, ପ୍ରତିଦିନ ୧.୫ ଜିବି ଡାଟ ମିଳିବ ଏହି ୧୪ ଦିନରେ ଗ୍ରାହକଙ୍କୁ ପ୍ରାୟ ୨୧ ଜିବି ଡାଟା ମିଳିବ । ଏହା ସହ ଗ୍ରାହକ ଏହି ପ୍ଲାନରେ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ ନ୍ୟୁଜ ଭଳି ଆପ୍ସର ମାଗଣାରେ ଲାଭ ଉଠାଇ ପାରିବେ । କିନ୍ତୁ ଏହି ପ୍ଲାନରେ ଏସଏମଏସ ଅଫର ମିଳିବ ନାହିଁ । ନୂଆ ୯୮ ଟଙ୍କା ପ୍ଲାନକୁ ମାଇ ଜିଓ କିମ୍ବା ଜିଓ ୱେବସାଇଟ ସହ ବିଭିନ୍ନ ଥାର୍ଡ ପାର୍ଟୀ ରିଚାର୍ଜ ଆପ ମାଧ୍ୟମରେ ମଧ୍ୟ ରିଚାର୍ଜ କରିପାରିବେ ।

ନିକଟରେ ଜିଓ ଏହାର ଜିଓ ଫୋନ ୟୁଜରର୍ସଙ୍କ ପାଇଁ ୩୯ ଏବଂ ୬୯ ଟଙ୍କାର ନୂଆ ପ୍ଲାନ ଲଞ୍ଚ କରିଥିଲା । ଦୁଇଟିଯାକ ପ୍ଲାନର ବୈଧତା ୧୪ ଦିନ ରହିଛି ଏବଂ ଏଥିରେ ଅନଲିମିଟେଡ କଲିଙ୍ଗ କରିପାରିବେ । ୩୯ ଟଙ୍କା ପ୍ଲାନରେ ପ୍ରତିଦିନ ୧୦୦ ଏମବି ମିଳୁଥିବାବେଳେ, ୬୯ ଟଙ୍କା ପ୍ଲାନରେ ୦.୫ଜିବି ଡାଟା ଗ୍ରାହକଙ୍କୁ ଦିଆଯାଉଛି ।

Get real time updates directly on you device, subscribe now.