fbpx

ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଶକ୍ତ ଝଟକା: ରାଜ୍ୟ ସରକାରଙ୍କ ସହ ଏହି ପ୍ରକ୍ରିୟାରେ ଭାଗ ନେବାକୁ ଅମଙ୍ଗ ଟିକା କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଟିକାର ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଆଜି ଲାଗିଛି ଏକ ଶକ୍ତ ଝଟକା । ରାଜ୍ୟ ସରକାରଙ୍କ ଟିକା ଯୋଗାଣ ନେଇ ଢ଼ିଲାପଣ ଟିକା ପ୍ରସ୍ତୁତକାରୀଙ୍କୁ ସୁହାଇଲା ନାହିଁ । ଯାହାର ପରିଣାମସ୍ୱରୂପ ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାର ପ୍ରି-ବିଡିଂ ବୈଠକକୁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ ଆସିଲେ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ନବଦାସ ଦେଇଥିବା ଚିଠିରୁ ଏହି ସୂଚନା ମିଳିଛି ।

କେନ୍ଦ୍ର ସରକାର ଟିକା ଯୋଗାଣ ନୀତି କୋହଳ କରିବା ପରେ ଗ୍ଲୋବାଲ ଟେଣ୍ଡର ଡାକିଥିଲେ ରାଜ୍ୟ ସରକାର । ବିଡିଂ ପ୍ରତି ଟିକା ଉତ୍ପାଦନକାରୀ କମ୍ପାନି ମାନେ ଆଗ୍ରହ ପ୍ରକାଶ କରିନାହାନ୍ତି । ଟିକା ଉତ୍ପାଦନକାରୀ ଯଥା ସେରମ୍ ଓ ଭାରତ ବାୟୋଟେକ୍ ରାଜ୍ୟ ପରିବର୍ତ୍ତେ ସିଧା ସଳଖ କେନ୍ଦ୍ର ସହ ଡିଲ୍ କରିବାକୁ ଚାହିଁଛନ୍ତି । ଏପରିକି ମଡର୍ଣ୍ଣା, ଫାଇଜର ଭଳି କଂପାନୀ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ପାଇଁ ଅପେକ୍ଷାରେ ରହିଛନ୍ତି । କମ୍ପାନି ମାନେ ସିଧାସଳଖ ଭାବେ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହିଁଥିବା ନବଦାସ ଚିଠିରେ ଉଲ୍ଲେଖ କରିଛନ୍ତି । ତୁରନ୍ତ ଏହାକୁ ନେଇ କେନ୍ଦ୍ରକୁ ହସ୍ତକ୍ଷେପ କରିବାକୁ ନବଦାସ କହିଛନ୍ତି । ତେବେ ଖାଲି ଓଡିଶା ନୁହେଁ ବରଂ ପଞ୍ଜାବ ସରକାରଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ଝଟକା ଲାଗିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଆବଶ୍ୟକ ଟିକା ଅଭାବ ଥିବାରୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା। ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇ ଥିଲା । ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା ବୋଲି ସେ କହିଥିଲେ ।

Get real time updates directly on you device, subscribe now.