fbpx

ଏଠାରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଶବ ସହ ନାଚଗୀତ କରନ୍ତି ଲୋକେ, ଜାଣନ୍ତୁ ଏକ ଅଜବ ପରମ୍ପରା ବିଷୟରେ

ମାଡାମାସ୍କର: ଆମେ ସାଧାରଣତଃ ଖୁସି ଅବସରରେ ନାଚଗୀତ କରୁ ତଥା ମଉଜ ମଜଲିସ୍ କରୁ । ଯେମିତିକି କିଛି ଖୁସିର ମୁହୁର୍ତ୍ତ ଜନ୍ମଦିନ, ବିବାହ ସମୟରେ ଆମେ ନାଚଗୀତ କରି ଉପଭୋଗ କରୁ । ହେଲେ ଶବ ସତ୍କାର କରିବା ସମୟରେ ନାଚଗୀତ କରିବାର ପରମ୍ପରା ବିଷୟରେ ଶୁଣିଛନ୍ତି କି । ଯଦି ଶୁଣି ନାହାନ୍ତି ତାହେଲେ ଆଜି ଜାଣନ୍ତୁ । ଏହା ଆପଣମାନଙ୍କୁ ଟିକେ ଅଜବ ଲାଗୁ ଥାଇପାରେ । ହେଲେ ଆମ ପୃଥିବୀରେ ଏମିତି ଏକ ସ୍ଥାନ ଏବଂ ଲୋକ ରହିଛନ୍ତି । ଯେଉଁମାନେ କାହାର ମୃତ୍ୟୁ ହୋଇଗଲେ ତାର ଶବ ସତ୍କାର କରିବା ସମୟରେ ଶବକୁ ଧରି ନାଚନ୍ତି ଏବଂ ଆନନ୍ଦ କରି କରି ମଶାଣୀକୁ ଯାଆନ୍ତି ।

ରିପୋର୍ଟ ମୁତାବକ ମାଡାଗାସ୍କରରେ ଥିବା ମାଲାଗାସୀ ଜନଜାତିର ଲୋକମାନେ ଅନ୍ତିମ ସଂସ୍କାର କରିବା ସମୟରେ ଶବ ସହିତ ନାଚ ଗୀତ କରନ୍ତି । ଶବକୁ ସତ୍କାର କରିବାକୁ ନେବା ସମୟରେ ସ୍ଥାନୀୟ ଲୋକମାନେ ସେହି ଯାତ୍ରାରେ ସାମିଲ ହୁଅନ୍ତି ଆଉ ନାଚି ନାଚି ମଶାଣୀ ପର୍ଯ୍ୟନ୍ତ ଯାଆନ୍ତି । ଏହି ପରମ୍ପରାର ନାମ ହେଲା ଫୈମାଡିହାନା । ଏହି ଅଜବ ପରମ୍ପରାର ଅଂଶ ହେଉଛି ନିଆରା ଶବ ଯାତ୍ରା ।

ଖାଲି ସେତିକି ନୁହେଁ ଏହି ଯାତ୍ରାରେ ପରିବାରର ଅନ୍ୟ ମୃତ ସଦସ୍ୟଙ୍କ କବରକୁ କଢ଼ା ମଧ୍ୟ ଯାଇଥାଏ । ହେଲେ ଏହି ପରମ୍ପରାକୁ ସାତ ବର୍ଷକୁ ଥରେ କରାଯାଏ । ବର୍ତ୍ତମାନ ଏହା ବିଶେଷ ଭାବେ କରାଯାଉ ନାହିଁ । କାରଣ ଏଥିରେ ଅନେକ ପଇସା ଖର୍ଚ୍ଚ ହୁଏ । ନଚେତ୍ ଏହି ପରମ୍ପରାରେ ଡିଜେ ମ୍ୟୁଜିକ୍ ସହିତ ଲୋକମାନେ ପାଳନ କରନ୍ତି ।

Get real time updates directly on you device, subscribe now.