fbpx

TET ପ୍ରମାଣପତ୍ର ଆଜୀବନ ପାଇଁ ବୈଧ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଦେବାକୁ ପଡୁଥିବା ଜରୁରୀ ‘ଟିଜର ଇଲିଜିବିଲିଟି ଟେଷ୍ଟ/ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (ଟିଇଟି)ର ସାର୍ଟିଫିକେଟର ବୈଧତାକୁ ୭ ବର୍ଷରୁ ବଢାଯାଇ ଆଜୀବନ କରାଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଏନେଇ ଘୋଷଣା କରିଛନ୍ତି । ତେବେ ଏହି ନିଷ୍ପତ୍ତି ଟିଇଟି ପରୀକ୍ଷା ପାସ କରିଥିବା ଅଶାୟୀଙ୍କ ପାଇଁ ଏକ ଆଶ୍ୱସନା ଆଣିଛି ।

ପୂର୍ବରୁ ସାର୍ଟିଫିକେଟର ବୈଧତା କେବଳ ୭ ବର୍ଷ ପର୍ଯ୍ୟନ୍ତ ଥିଲା ଏବଂ ଏହି ସମୟ ମଧ୍ୟରେ ନିଯୁକ୍ତି ନମିଳିଲେ ଆଶାୟୀଙ୍କୁ ପୁଣିଥରେ ପରୀକ୍ଷା ପାସ ହେବାକୁ ପଡୁଥିଲା । ଆଜିର ଘୋଷଣା ପରେ ଏବେ କେବଳ ଥରେ ପରୀକ୍ଷାରେ ପାସ ହେବାପରେ ଆଶାୟୀ ଆଜୀବନ ଶିକ୍ଷକ ପଦରେ ଭର୍ତ୍ତି ପାଇଁ ଯୋଗ୍ୟ ହୋଇ ରହିବେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସରକାର ୨୦୧୧ ପରଠାରୁ ପାସ ହୋଇଥିବା ଆଶାୟୀଙ୍କ ଟିଇଟି ସାର୍ଟିଫିକେଟର ବୈଧତାକୁ ୭ ବର୍ଷରୁ ଆଜୀବନ କରିଛନ୍ତି ।

ଟିଚର ଇଲିଜିବିଲିଟି ଟେଷ୍ଟ ଜଣେ ଶିକ୍ଷକଙ୍କ ପାଇଁ ସ୍କୁଲ ରେ ଶିକ୍ଷକ ଭାବରେ ନିଯୁକ୍ତି ପାଇଁ ଜୁରରୀ ଯୋଗ୍ୟତା ମଧ୍ୟରୁ ଗୋଟିଏ । ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନସିଟିଇ) ନିର୍ଦ୍ଦେଶାନୁସାରେ ରାଜ୍ୟ ସରାକରଙ୍କ ଦ୍ୱାରା ଆୟୋଜିତ କରାଯଇଥାଏ ଏବଂ ଟିଇଟି ପ୍ରମାଣପତ୍ରର ବୈଧତା ଟିଇଟି ପାସ କରିବାଠାରୁ ୭ ବର୍ଷ ପର୍ଯ୍ୟନ୍ତ ରହିଥିଲା । ଏହି ନିୟମରେ ପରିବର୍ତ୍ତନ କରାଯାଇ ଏହି ପ୍ରମାଣପତ୍ରର ବୈଧତା ଆଜୀବନ କରାଯାଇଛି ।

Get real time updates directly on you device, subscribe now.