fbpx

ଶାଢ଼ି ପିନ୍ଧି ଚଲାଉଛନ୍ତି ଭାରୀଯାନ; ସବଳା ଓ ସ୍ୱୟଂସମ୍ପୂର୍ଣ୍ଣା ମୋନାଲିସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୁଷ କୈନ୍ଦ୍ରୀକ ସମାଜରେ ନାରୀ ବି କୌଣସି କ୍ଷେତ୍ରରେ କମ୍ ନୁହନ୍ତି । ସମସ୍ତ ପ୍ରକାର ସାମାଜିକ ପ୍ରତିବନ୍ଧକକୁ ଏଡ଼ାଇ ନାରୀଟିଏ ମଧ୍ୟ ଛୁଇଁପାରେ ଏଭରେଷ୍ଟର ଶିଖର । ଆଉ ଆକାଶରେ ଉଡ଼ାଇ ପାରେ ଭଳିକି ଭଳି ବିମାନ । ଠିକ୍ ସେହିପରି ଟ୍ରେନ୍ ଠାରୁ ଟ୍ରକ୍ ଆଉ ବସ୍ ଠାରୁ ଅଟୋ ପର୍ଯ୍ୟନ୍ତ ସବୁ କିଛି ସହଜରେ ଚଳାଇପାରେ ନାରୀ । ବିଶ୍ୱ ଦରବାରରେ ଏଭଳି ସ୍ୱତନ୍ତ୍ର ସୁନାମ ଅର୍ଜନ କରିଥିବା ନାରୀମାନଙ୍କ ମଧ୍ୟରେ ଓଡ଼ିଆ ନାରୀ ବି କୌଣସି କ୍ଷେତ୍ରରେ ପଛୁଆ ରହିନାହାନ୍ତି। ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି ମୋନାଲିସା।

ଗୋଟିଏ ପଟେ ଭୁଲି ନାହିଁ ଓଡ଼ିଆ ନାରୀ ଉତ୍କଳୀୟ ଐତିହ୍ୟ ପରମ୍ପରାର ଆଉ ସଂସ୍କୃତିକୁ । ସେହିଭଳି ଭୁଲି ନାହିଁ ସଂସ୍କାରଭିତ୍ତିକ ବେଶଭୁଷା ପରିପାଟୀ । ଆଉ ତାହାରି ମଧ୍ୟରେ କେବେ ବି ଡରି ନାହିଁ ନିଜ କର୍ମ କ୍ଷେତ୍ରକୁ। ତେବେ ଏହାର ବାସ୍ତବ ଉଦାହରଣ ହେଉଛନ୍ତି ମୋନାଲିସା। ମୋନାଲିସା ଶାଢ଼ି ପିନ୍ଧି ଖୁବ୍ ସହଜରେ ବସ୍ ଡ୍ରାଇଭିଂ କରୁଛନ୍ତି। ଖାଲି ବସ୍ ନୁହେଁ, ସମସ୍ତ ପ୍ରକାର ଭାରୀ ଯାନ ଚଳାଇବାରେ ସେ ସିଦ୍ଧହସ୍ତା।

ଏ ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ସାବାସୀ ଦେଇଛନ୍ତି । ବିଭିନ୍ନ ମହଲରୁ ମିଳୁଛି ପ୍ରଶଂସା । ଅନେକ କହୁଛନ୍ତି- ଖାଣ୍ଟି ଓଡ଼ିଆଣୀଙ୍କ ଦକ୍ଷତାକୁ ମାନିବାକୁ ପଡ଼ିବ ।

 

Get real time updates directly on you device, subscribe now.