fbpx

ମହାରାଷ୍ଟ୍ରରେ ଆରମ୍ଭ ହେଲା ଅନଲକ ପ୍ରକ୍ରିୟା, କୋଲକାତାରେ ଖୋଲିଲା ରେଷ୍ଟୁରାଣ୍ଟ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମଣରେ କ୍ରମାଗତ ହ୍ରାସ ହେବା ପରେ ଏବେ ରାଜ୍ୟରୁ ଲକଡାଉନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ତେବେ ଏହି ଅନଲକ ପ୍ରକ୍ରିୟା ୫ ପର୍ଯ୍ୟାୟରେ କରାଯିବ । ସେପଟେ କୋଲକାତାରେ ମଧ୍ୟ କରୋନା କଟକଣାରେ କିଛିଟା କୋହଳ କରିଛନ୍ତି  ।

ମହାରାଷ୍ଟ୍ର ସରକାର ଗୁରୁବାର ଏକ ବୟାନ ଜାରି କରି କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ୫%ରୁ କମ ସଂକ୍ରମଣ ଥିବା ଜିଲ୍ଲା ମାନଙ୍କରେ ସଂପୂର୍ଣ୍ଣ ଅନଲକ କରାଯିବ । ଏହି ଜାଗାରେ ସେଲୁନ, ଦୋକାନ, ମଲ, ଥିଏଟର ଖୋଲାଯାଇପାରି, ଏହା ସହ ବିବାହ କାର୍ଯ୍ୟ ଏବଂ ଫିଲ୍ମ ସୁଟିଂ ମଧ୍ୟ ହୋଇପାରିବା ନେଇ ଅନୁମତି ରହିବ । ମହାରାଷ୍ଟ୍ରରେ ୧୮ ଜିଲ୍ଲା ଏମିତି ରହିଛି ଯେଉଁଠି ସଂକ୍ରମଣ ହାର ୫%ରୁ କମ ରହିଛି । ଅର୍ଥାତ ମହାରାଷ୍ଟ୍ରର ୧୮ଟି ଜିଲ୍ଲା ସଂପୂର୍ଣ୍ଣ ଭାବେ ଅନଲକ ହୋଇଯିବ । ତେବେ ସରକାର ଏହା ମଧ୍ୟ ସ୍ପଷ୍ୟ କରିଛନ୍ତି ପ୍ରଥମ ପର୍ଯ୍ୟାୟ ଅନଲକରେ ମୁମ୍ବାଇ ଲୋକାଲ ଟ୍ରେନ କାର୍ଯ୍ୟକାରୀ ହେବନାହିଁ ।

ସେହିଭଳି ପଶ୍ଚିମବଙ୍ଗରେ କରୋନା ମାମଲାରେ ହ୍ରାସ ପରେ ରାଜ୍ୟ ସରକାର ରେଷ୍ଟୁରାଣ୍ଟ ଗୁଡ଼ିକୁ ତିନି ଘଣ୍ଟା ପାଇଁ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ଏଥିପାଇଁ କିଛି ନିର୍ଦ୍ଧିଷ୍ଟ ସର୍ତ୍ତ ମଧ୍ୟ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ‘ପଶ୍ଚିମବଙ୍ଗରେ କୋଭିଡ ସଂକ୍ରମଣରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି । ଫଳରେ ରେଷ୍ଟୁରାଣ୍ଟଗୁଡ଼ିକୁ ସନ୍ଧ୍ୟା ୫ ଠାରୁ ୮ ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ଖୋଲିବାକୁ ଅନୁମତି ଦିଆଯାଉଛି । ତେବେ ସେଠାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ କୋଭିହ ଟିକା ଲଗାଇବା ବାଧ୍ୟତାମୂଳକ ।’

Get real time updates directly on you device, subscribe now.