fbpx

ବଞ୍ଚିଛନ୍ତି ଦୁନିଆର ସବୁଠାରୁ ବଡ଼ ପରିବାରର ମୁଖିଆ, ମିଛ ଥିଲା ମୃତ୍ୟୁ ଖବର

ନୂଆଦିଲ୍ଲୀ: ଜୀବିତ ଅଛନ୍ତି ଦୁନିଆର ସବୁଠାରୁ ବଡ଼ ପରିବାରର ମୁଖିଆ ଜିୟୋନ-ଆ । ଏନେଇ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ପରିବାର ପକ୍ଷରୁ ତାଙ୍କ ମୃତ୍ୟୁ ଖବରକୁ ପ୍ରତ୍ୟାଖ୍ୟାନ କରିବା ସହିତ କୁହାଯାଇଛି ଯେ, ସେ ଏବେ ବି ଜୀବିତ । ତାଙ୍କର ଶେଷକୃତ୍ୟ ହୋଇନାହିଁ । ମିଜୋରାମର ବକ୍ତୱନଂ ଗାଁରେ ରହୁଥିବା ୭୬ ବର୍ଷ ବୟସର ଜିୟୋନ୍-ଆ ଜୀବିତ ଥିବା କୁହାଯାଇଛି । ତାଙ୍କ ପରିବାରରେ ୧୬୬ ଜଣ ସଦସ୍ୟ ରହୁଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୩୯ ଜଣ ସ୍ତ୍ରୀ, ୯୪ଜଣ ପିଲା ଏବଂ ୩୩ଜଣ ନାତି-ନାତୁଣୀ ।

ବର୍ତ୍ତମାନ ତାଙ୍କ ପରିଜନ ମାନେ ଶେଷକୃତ୍ୟ କରିବା ଖବରକୁ ଗ୍ରହଣ କରିନାହାନ୍ତି । ସେମାନଙ୍କ କହିଛନ୍ତି ଯେ, ତାଙ୍କ ଶରୀର ଏବେ ବି ଗରମ ଅଛି ଏବଂ ସେ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି । ଡାକ୍ତର ମାନେ ତାଙ୍କୁ ମୃତ ବୋଲି ଘୋଷଣା କରିବା ପରେ ବି ସେ ବଞ୍ଚିଛନ୍ତି । ତେବେ ତାଙ୍କ ମୃତ୍ୟୁ ଖବର ରବିବାର ଦିନ ପ୍ରସାରିତ ହୋଇଥିଲା । ଆଉ କୁହାଯାଉଥିଲା ଯେ, ଜିୟୋନ୍-ଆ ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ଏବଂ ଚିକିତ୍ସିତ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଏପରିକି ତାଙ୍କ ମୃତ୍ୟୁ ଖବରକୁ ନେଇ ମିଜୋରାମର ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଃଖପ୍ରକାଶ କରିଥିଲେ ।

Get real time updates directly on you device, subscribe now.