fbpx

ଫାଟିଗଲା ଇଣ୍ଡିଗୋ ବିମାନର ଟାୟାର୍, ତାପରେ…..

ହୁବଲୀ: କର୍ଣ୍ଣାଟକର ହୁବଲୀ ଜିଲ୍ଲାରେ ସୋମବାର ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣା ଟଳିଯାଇଛି । ଏଠାରେ ଲ୍ୟାଣ୍ଡିଂ କରିବା ସମୟରେ ଇଣ୍ଡିଗୋ ବିମାନର ଟାୟାର ଫାଟିଗଲା । ହେଲେ ବିମାନରେ ଥିବା ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କ କୌଣସି ପ୍ରକାରର ଜୀବନ ହାନି ହୋଇନାହିଁ । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ସୂଚନା ଅନୁସାରେ, ଇଣ୍ଡିଗୋ ଫ୍ଲାଇଟ୍ ସଂଖ୍ୟା ୬ଇ-୭୯୭୯ କେରଳର କନ୍ନୁରରୁ କର୍ଣ୍ଣାଟକର ହୁବଲୀ ଆସୁଥିଲା । ତେବେ ହୁବଲୀରେ ଲ୍ୟାଣ୍ଡ କରିବା ସମୟରେ ହଠାତ୍ ବିମାନର ଟାୟାର୍ ଫାଟି ଯାଇଥିଲା । କିନ୍ତୁ ଏହି ସମୟରେ କ୍ରୁ ପାଇଲଟ୍ ବିମାନକୁ ନିୟନ୍ତ୍ରଣକୁ ଆଣିଥିଲେ । ଯାହାଫଳରେ ଏକ ବଡ ଦୁର୍ଘଟଣା ଟଳିଯାଇଥିଲା ।

Get real time updates directly on you device, subscribe now.