fbpx

ସ୍ତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ୍ କଲା ସ୍ୱାମୀ

ନୋଏଡା: ଦାମ୍ପତ୍ୟ ଜୀବନରେ ଅନେକ ସମୟରେ ବାଦ ବିବାଦ ଚାଲିଥାଏ । ହେଲେ ବେଳେ ବେଳେ ଏହା ଉଗ୍ର ରୂପ ନିଏ । କେତେ ବେଳେ କ୍ରୋଧର ବଶ ହୋଇ ସ୍ତ୍ରୀ ଉପରେ ସ୍ୱାମୀ ଭାରୀ ପଡିଯାଏ ତ ଆଉ କେତେ ବେଳେ ସ୍ୱାମୀ ଉପରେ ସ୍ତ୍ରୀ । ତେବେ ଇତି ମଧ୍ୟରେ ଆଉ ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ଦେଖିବାକୁ ମିଳିଛି ନୋଏଡାରେ । ପ୍ରକୃତରେ ଏକ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ସ୍ୱାମୀ ନିଜ ସ୍ତ୍ରୀକୁ ବଦନାମ କରିବାକୁ ଯାଇ ସ୍ତ୍ରୀର କିଛି ଆପତ୍ତିଜନକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରିଛି ।

ସୂଚନା ଅନୁସାରେ, ସ୍ୱାମୀ ରବୀନ୍ଦ୍ର ରାଘବଙ୍କ କିଛି ଦିନ ହେବ ସ୍ତ୍ରୀ ସହିତ ବିବାଦ ଲାଗି ରହିଥିଲା । ଯାହା ଫଳରେ ସ୍ତ୍ରୀ ଶାଶୂଘର ଛାଡି ନୋଏଡାରେ ଯାଇ ରହିଥିଲେ ଏବଂ ସେଠାରେ ନିଜ ଗୁଜୁରାଣ ମେଣ୍ଟାଇବା ଲାଗି ଗୋଟିଏ ଘରୋଇ କମ୍ପାନିରେ ଚାକିରି କରୁଥିଲେ । ହେଲେ ସ୍ତ୍ରୀ ଏପରି କରିବାରୁ ସ୍ୱାମୀ ରାଗରେ ଆସି ଗୋଟିଏ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲି ସ୍ତ୍ରୀର କିଛି ଅଶ୍ଳୀଳ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ । ଏହା ଜାଣିବା ପରେ ସ୍ତ୍ରୀ ଏହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ମଙ୍ଗଳବାର ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ଏହାସହ ତାଙ୍କ ଠାରୁ ମୋବାଇଲ୍ ମଧ୍ୟ ଜବତ କରିଛି ।

Get real time updates directly on you device, subscribe now.