fbpx

6 ଘଣ୍ଟାରେ ସଂପୂର୍ଣ୍ଣ ଭାଗବତ ପଢ଼ି ଇଣ୍ଡିଆ ବୁକ୍‌ରେ ସ୍ଥାନ ପାଇଲେ ସୁରଭି

ଜବଲପୁର: କୁହାଯାଏ ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ । ଆଉ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ଜବଲପୁରର ଜଣେ 14 ବର୍ଷର ଝିଅ ସୁରଭି ତୁଲେ । ସୁରଭି ତାଙ୍କ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ଏମିତି ଏକ ରେକର୍ଡ କରିଛନ୍ତି ଯାହାକୁ ଭାଙ୍ଗିବା ସହଜ ନୁହେଁ ।

ଶ୍ରୀମଦ୍ ଭାଗବତ ଗୀତାକୁ ମାନବ ଜୀବନର ମୂଳ ବୋଲି ବିବେଚନା କରାଯାଏ। ଆଉ ଆଜିର ଯୁଗରେ, ଯେଉଁଠାରେ ଲୋକମାନେ ନିଜ ବ୍ୟସ୍ତବହୁଳ ନିତ୍ୟକର୍ମରେ ଏହାକୁ ପଢ଼ିବା ପାଇଁ ସହଜରେ ସମୟ ପାଇ ନ ଥାନ୍ତି, ଏତିକିବେଳେ ମଧ୍ୟ ପ୍ରଦେଶ ଜବଲପୁରର ଜଣେ 14 ବର୍ଷର ଝିଅ ସୁରଭି ଶ୍ରୀମଦ୍ ଭାଗବତ ଗୀତାକୁ ମାତ୍ର 6 ଘଣ୍ଟା 7 ମିନିଟ୍‌ରେ ଏହାର ଅର୍ଥ ସହିତ ବ୍ୟାଖ୍ୟା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |

ସକାଳ 8: 15 ରୁ ସୁରଭି ଶ୍ରୀମଦ୍ ଭାଗବତ ଗୀତା ବିଚାରପତିଙ୍କ ସାମ୍ନାରେ ପାଠ କରିବା ଆରମ୍ଭ କଲେ, ଯାହା 6 ଘଣ୍ଟା 17 ମିନିଟରେ ସମାପ୍ତ ହୋଇଥିଲା | ଅବଶ୍ୟ ସେ ଏହି 6 ଘଣ୍ଟା ମଧ୍ୟରେ କିଛି ମିନିଟ୍‌ର ବିରତି ନେଇଥିଲେ ବି ସେ ଅଟକି ନଥିଲେ ଏବଂ ଉତ୍ସାହର ସହ ଆଗକୁ ବଢ଼ିଥିଲେ ଖୁବ୍ ଶୀଘ୍ର 18 ତମ ଅଧ୍ୟାୟରେ ପହଞ୍ଚିଲେ | ତେବେ ତାଙ୍କର ଏହି ପ୍ରତିଭା ଯୋଗୁଁ ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପଞ୍ଜୀକୃତ ହୋଇଛି ।  ସୁରଭି 10ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି ସେ ଆଠ ବର୍ଷଠାରୁ ତାଙ୍କ ଜେଜେମାଙ୍କ ଠାରୁ  ଭାଗବତ ଗୀତାକୁ ଅର୍ଥ ସହିତ ପଢ଼ିବା ଶିଖୁଛନ୍ତି ।

ନାଗପୁରର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ଡକ୍ଟର ପୁଣିତା ଧୋଟେ ନିରୀକ୍ଷଣ ପାଇଁ ଉପସ୍ଥିତ ଥିଲେ। ଏହା ସହିତ ଦିଲ୍ଲୀରୁ ମଧ୍ୟ ଅନଲାଇନରେ ମନିଟରିଂ କରାଯାଉଥିଲା। ସୁରଭୀଙ୍କ ସଫଳତା ପରେ ସମଗ୍ର ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା | ସୁରଭି ତାଙ୍କ ସଫଳତାର ଶ୍ରେୟ ତାଙ୍କ ଜେଜେମା ଏବଂ ତାଙ୍କ ପିତାଙ୍କୁ ଦେଇଛନ୍ତି । ଆଗାମୀ ଦିନରେ ସୁରଭି ଅନ୍ତର୍ଜାତୀୟ ସ୍ତରରେ ଏହିଭଳି ଭାବରେ ଭାଗବତ ପଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ।

Get real time updates directly on you device, subscribe now.