fbpx

ଦିଲ୍ଲୀରେ ଭୁ-କମ୍ପର ଝଟକା, ତୀବ୍ରତା ୨.୧

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୁକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ ରେ ଭୁକମ୍ପର ତୀବ୍ରତା ୨.୧ ରହିଥିଲା । ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ କୁହାଯାଇଛି ଯେ, ଭୁକମ୍ପର ଝଟକା ରବିବାର ୧୨ଟା ୨ ମିନିଟ୍ ରେ ଦିଲ୍ଲୀର ପଞ୍ଜାବୀ ବାଗ୍ ଅଞ୍ଚଳରେ ହୋଇଥିଲା । ତେବେ ଏଥିରେ କାହାର କୌଣସି ସମ୍ପତି କିମ୍ବା ଜୀବନ ହାନି ହୋଇନାହିଁ । ସମସ୍ତେ ସୁରକ୍ଷିତ ରହିଛନ୍ତି । ଏହା ପୂର୍ବରୁ ଅରୁଣାଞ୍ଚଳ ପ୍ରଦେଶ ଏବଂ ମଣିପୁର ରେ ମଧ୍ୟ ଭୁକମ୍ପ ହୋଇଛି । ସେଠାରେ ଏହାର ତୀବ୍ରତା ୩.୧ ଏବଂ ,ଲ.୬ ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.