ହନିମୁନରୁ ଫେରିବା ପରେ ଆପଣାନ୍ତୁ ଏହି ୫ଟି ଉପାୟ….
ଓଡ଼ିଶା ଭାସ୍କର ବ୍ୟୁରୋ: ବିବାହ ପରେ ହନିମୁନ୍ ଯିବା ସବୁ ଦମ୍ପତିଙ୍କ ସ୍ୱପ୍ନ ଥାଏ । ସବୁ ଦମ୍ପତି ଆଗରୁ ଭାବିକି ରଖିଥାନ୍ତି କେଉଁଠାକୁ ଯିବେ, କୁଆଡେ ଯିବେ, କେମିତି ଯିବେ.. ସେ କେମିତି ତାଙ୍କ ପାର୍ଟନରଙ୍କୁ ସରପ୍ରାଇଜ୍ ଦେବେ । କିନ୍ତୁ ହନିମୁନ୍କୁ ସ୍ମରଣୀୟ ରଖିବା ପାଇଁ ଅନେକ ଦମ୍ପତି ହୋଟେଲ୍ ଠାରୁ ଆରମ୍ଭ କରି ସମସ୍ତ ପ୍ରସ୍ତୁତି ଆଗରୁ କରିଥାନ୍ତି । କିନ୍ତୁ ଜାଣିଛନ୍ତି କି ହନିମୁନରୁ ଫେରିବା ପରେ ବର୍ଷବର୍ଷ ଧରି ସେହି ସ୍ମୃତିକୁ କିପରି ବଜାୟ ରଖିବେ ? ତେବେ ଚାଲନ୍ତୁ ଜାଣିବା ଏହି ପାଞ୍ଚଟି ଉପାୟ..
• ଯୋଜନା ଅନୁସାରେ କରନ୍ତୁ ବଜେଟ୍:
ହନିମୁନରୁ ଫେରିବା ପରେ ଆପଣ ଜିନିଷ ଗୁଡିକର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଯାହାକୁ ଆପଣ ଖାଲି ସମୟର ପ୍ରତିଦିନ ଆବଶ୍ୟକ ପଡିବ । ବିବାହ ପରେ ପରିବାରର ଦାୟିତ୍ୱ ମଧ୍ୟ ଆପଣଙ୍କ ଉପରେ ଆସିଥାଏ । ଯଦି ଦୁହେଁ ଏହାକୁ ଆଗୁଆ ଯୋଜନା ଓ ବଜେଟ୍ କରିବେ ତେବେ ଆଗାମୀ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିବାରେ ସକ୍ଷମ ହେବ ।
• କାମରୁ ବିରତି ନିଅନ୍ତୁ:
ହନିମୁନରୁ ଫେରିବା ପରେ ତୁରନ୍ତ ଅଫିସକୁ ଯିବା ପାଇଁ ତତ୍ପର ହୁଅନ୍ତୁ ନାହିଁ । ତେବେ ଆପଣ କାମ ସହ ଫୋନ୍ ଏବଂ ସୋସିଆଲ ମିଡିଆରୁ ବିରତି ନିଅନ୍ତୁ । ଦୁହେଁ ଏକାଠି ବସି ସମୟ ବିତାନ୍ତୁ । କାରଣ ଏହା ପରସ୍ପର ପାଇଁ ସବୁକିଛି ନୂଆ ଥାଏ । ସେମାନଙ୍କୁ ପରିବାରରେ ଆଡଜଷ୍ଟ କରିବାକୁ ପଡେ ସେଥିପାଇଁ ତାଙ୍କର ସାହାଯ୍ୟ କରନ୍ତୁ । ଏହା ଆପଣଙ୍କ ଦାମ୍ପତ୍ୟ ଜୀବନରେ ଉନ୍ନତି ଆଣିବ ।
• ସୁନ୍ଦର ମୁହୂର୍ତ୍ତକୁ ସାଇତି ରଖନ୍ତୁ :
ଏକ ଆଲବମରେ ବିବାହର ଓ ହନିମୁନ ସମୟରେ ବିତାଇଥିବା ସୁନ୍ଦର ମୁହୂର୍ତ୍ତକୁ ସାଇତି ରଖନ୍ତୁ । ଯେତେବେଳେ ତୁମେ ଏହି ଫଟୋକୁ ଦେଖିବ ସେହି ମୁହୁର୍ତ୍ତକୁ ମନେପକାଇବା ସହ ତୁମର ସମ୍ପର୍କର ସେହି ମୁହୂର୍ତ୍ତକୁ ସତେଜ ଅନୁଭବ କରିବେ ।
• ପାର୍ଟନରଙ୍କୁ ଦିଅନ୍ତୁ ସରପ୍ରାଇଜ୍:
ବିବାହରେ ବର ଓ କନ୍ୟାଙ୍କୁ ଅତିଥିମାନେ ତାଙ୍କୁ ବହୁତ ଉପହାର ସହିତ ଟଙ୍କା ମଧ୍ୟ ପ୍ରଦାନ କରନ୍ତି । ତେବେ ଏହି ଟଙ୍କାକୁ ତୁମର ଭବିଷ୍ୟତ ସୁରକ୍ଷା ପାଇଁ ଏକ ଏଫଡି ତିଆରି କରନ୍ତୁ ନଚେତ୍ ତାଙ୍କୁ ତାଙ୍କ ପସନ୍ଦର ଉପହାର ଦିଅନ୍ତୁ ।
• ପରବର୍ତ୍ତୀ ଟ୍ରାଭେଲ ପାଇଁ ଯୋଜନା କରନ୍ତୁ:
ହନିମୁନରୁ ଫେରିବା ପରେ ଅଧିକାଂଶ ଦମ୍ପତି ଘରେ ଦାୟିତ୍ୱକୁ ନେଇ ବ୍ୟସ୍ତ ରୁହନ୍ତି । ଯେଉଁଥି ପାଇଁ ସେମାନେ ପରସ୍ପର ସହିତ ସମୟ ବିତାଇ ପାରନ୍ତି ନାହିଁ । ଫଳରେ ଜୀବନଟା ବରକ୍ତ ଅନୁଭବ ହେବାକୁ ଲାଗେ । ତେବେ ଏଭଳି ପରିସ୍ଥିତିରେ ହନିମୁନରୁ ଫେରିବା ପରେ ପାର୍ଟନରଙ୍କ ସହ ବସି ନିଜର ମନ ପସନ୍ଦ ସ୍ଥାନ ଗୁଡିକର ତାଲିକା କରନ୍ତୁ । ପରବର୍ତ୍ତୀ ସମୟରେ କେବେ ଓ କେଉଁଠିକୁ ଯିବେ ବୋଲି ଯୋଜନା କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଜୀବନରେ ସବୁବେଳେ ଉତ୍ସାହ ଭରି ରହିଥାଏ ।