fbpx

ତୃତୀୟ ଲହର ଏବଂ ପିଲାଙ୍କ ସୁରକ୍ଷା ନେଇ ଚିନ୍ତା କଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦେଶରେ କରୋନା ଟିକାକରଣର ଗତିକୁ ନେଇ ଚିନ୍ତା ପ୍ରକାଶ କରିବା ସହ କହିଛନ୍ତି ଯେ ମହାମାରୀର ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି ଶୀଘ୍ର ପ୍ରସ୍ତୁତ ହେବା ଏବଂ ବିଶେଷ କରି ଶିଶୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ଆବଶ୍ୟକ । ଦଳର ସାଧାରଣ ସଚିବ ତଥା ରାଜ୍ୟ ଦାୟିତ୍ୱରେ ଥିବା ଡିଜିଟାଲ ବୈଠକରେ ସେ ଏହି ମନ୍ତବ୍ୟ ଦେଇଛନ୍ତି ।

କଂଗ୍ରେସ ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦଳର ସାଧାରଣ ସଚିବ ଏବଂ ପ୍ରଭାରୀଙ୍କୁ ନେଇ ହୋଇଥିବା ବୈଠକକୁ ସମ୍ବୋଧିତ କରିଛନ୍ତି। ଟିକାକରଣର ଗତି ବିଷୟରେ ସେ ଗଭୀର ଚିନ୍ତା ପ୍ରକଟ କରିଥିଲେ। ସେ କୋଭିଡ -୧୯ ମହାମାରୀର ତୃତୀୟ ଲହର ପାଇଁ ପ୍ରସ୍ତୁତ ହେବା ଏବଂ ପିଲାମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ।

ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଏହି ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଭଳି ପ୍ରସଙ୍ଗରେ ଏବଂ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରିବେ। କୋଭିଡର ସାମ୍ପ୍ରତିକ ପରିସ୍ଥିତି ଏବଂ ଅର୍ଥନୈତିକ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯିବ। ଏହି ବୈଠକ ପରେ ରାଜ୍ୟ କଂଗ୍ରେସ କମିଟିର ସଭାପତିମାନଙ୍କର ଏକ ବୈଠକ ମଧ୍ୟ ଡକାଯିବ।

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଦଳର ବରିଷ୍ଠ ନେତାଙ୍କ ସହ ସୋନିଆ ଗାନ୍ଧୀ ଏହି ବୈଠକ ଡାକିଛନ୍ତି। ମୌସୁମୀ ଅଧିବେଶନ ଜୁଲାଇରେ ହୋଇପାରେ । ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନେଇ କଂଗ୍ରେସ ଗତ କିଛି ସପ୍ତାହ ଧରି ସରକାରଙ୍କ ଉପରେ ଲଗାତାର ଅଭିଯୋଗ କରିଆସୁଛି ।

Get real time updates directly on you device, subscribe now.