fbpx

ଅନିଲ ଦେଶମୁଖଙ୍କୁ ଇଡିର ସମନ, ବ୍ୟକ୍ତିଗତ ସଚିବ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ପାଇଁ ଅଡ଼ୁଆ ବଢ଼ିଚାଲିଛି । ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ୧୦୦ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି । ସକାଳ ୧୧ଟାରେ ଦେଶମୁଖଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ଗତକାଲି ରାତିରେ ତାଙ୍କର ଦୁଇଜଣ ସହାୟକଙ୍କୁ ଇଡି ଗିରଫ କରିଥିଲା । ଏହା ବ୍ୟତୀତ ଆଜି ସକାଳ ସମୟରେ ଇଡି, ଅନିଲଙ୍କର ବ୍ୟକ୍ତିଗତ ସହାୟକ କୁନ୍ଦନ୍ ଶିନ୍ଦେ ଏବଂ ବ୍ୟକ୍ତିଗତ ସଚିବ ସଞ୍ଜୀବ ପଲାଣ୍ଡେଙ୍କୁ ଗିରଫ କରିଛି ।

ପ୍ରାୟ ନଅ ଘଣ୍ଟାର ପଚରାଉଚରା ପରେ ବ୍ୟକ୍ତିଗତ ସହାୟକ କୁନ୍ଦନ୍ ଶିନ୍ଦେ ଏବଂ ବ୍ୟକ୍ତିଗତ ସଚିବ ସଞ୍ଜୀବ ପଲାଣ୍ଡେଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ମୁମ୍ବାଇର ବଲାର୍ଡ ଇଷ୍ଟେଟରେ ଥିବା କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି କାର୍ୟ୍ୟାଳୟରେ ପଚରାଉଚରା ବେଳେ ଏହି ଦୁଇ ଜଣ ସହଯୋଗ କରୁନଥିବା ଅଭିଯୋଗ ହୋଇଥିଲା ।

ଅନୁସନ୍ଧାନକାରୀ ସଂସ୍ଥା ମୁମ୍ବାଇରେ ଦେଶମୁଖଙ୍କ ବାସଭବନ ଏବଂ ନାଗପୁରର ନେତାଙ୍କ ଅନ୍ୟ ଏକ ବାସଭବନରେ ଚଢ଼ାଉ କରିବା ପରେ ଉଭୟଙ୍କୁ ପଚରାଉଚରା ପାଇଁ ଇଡି କାର୍ୟ୍ୟାଳୟକୁ ଅଣାଯାଇଥିଲା । ଇଡି ପକ୍ଷରୁ ଅନିଲ ଏବଂ ଅନ୍ୟ ମାନଙ୍କ ବିରୋଧରେ ସେତେବେଳେ ମାମଲା ରୁଜୁ କରିଥିଲେ ଯେତେବେଳେ ସିବିଆଇ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା ।

ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ପରମବୀର ସିଂଙ୍କ ଦ୍ୱାରା ଦେଶମୁଖଙ୍କ ବିରୋଧରେ ଲାଞ୍ଚ ନେଇଥିବା ଅଭିଯୋଗ ଆସିବା ପରେ ଯାଞ୍ଚ ପାଇଁ କୋର୍ଟ ଅନୁସନ୍ଧାନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ପରେ ଦେଶମୁଖ ଏପ୍ରିଲରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।

 

Get real time updates directly on you device, subscribe now.