ନୂଆଦିଲ୍ଲୀ: କିଛି ଦିନ ୫୦୦ ଟଙ୍କିଆ ନୋଟ୍ କୁ ନେଇ ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ନିକଟରେ ୫୦୦ ଟଙ୍କିଆ ନୋଟ୍ କୁ ନେଇ ଦାବି କରାଯାଇଥିଲା ଯେ, ଯେଉଁ ନୋଟ୍ ରେ ସବୁଜ ରଙ୍ଗର ପଟି, ଆରବିଆଇ ଗଭର୍ଣ୍ଣରଙ୍କ ଦସ୍ତଖତ ପାଖରେ ନ ରହି ଗାନ୍ଧୀଜୀଙ୍କ ଫଟୋ ପାଖରେ ଥାଏ । ତାହେଲେ ସେହି ନୋଟ୍ କୁ ନିଅନ୍ତୁ ନାହିଁ ବା ନନେବା ଉଚିତ୍ । ତାହା ହେଉଛି ନକଲି ନୋଟ୍ । ହେଲେ ଏବେ ଏହି ଦ୍ୱନ୍ଦକୁ ଦୂର କରିଛନ୍ତି କେନ୍ଦ୍ର ସରକାର ।
କେତେ ଦୂର ସତ ଏହି ଦାବି ?
ନିକଟରେ ଏହି ଦାବିକୁ କେନ୍ଦ୍ର ସରକାର ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ ଏବଂ ଏହାକୁ ଗୁଜବ ବୋଲି ମତ ପ୍ରକାଶ କରିଥିଲେ । ଏନେଇ ପିଆଇବି ଫ୍ୟାକ୍ଟ ଚେକ୍ ଟୁଇଟର୍ ରେ କହିଥିଲେ ଯେ, ଏହିଭଳି ଦାବି ହେଉଛି ସମ୍ପୂର୍ଣ୍ଣ ଭାବରେ ଫେକ୍ । ସେହିଭଳି କିଛି ନିୟମ ନାହିଁ । ସବୁ ପକ୍ଷରୁ ୫୦୦ ଟଙ୍କିଆ ନୋଟ୍ ମାନ୍ୟ ଅଟେ ।