fbpx

ଗୋଟିଏ ଭୁଲ୍ ପାଇଁ ଶାହାରୁଖ ପଡ଼ିଗଲେ ପଛରେ ଆଉ ସଲମାନ ବନିଗଲେ ବଲିଉଡର ଭାଇଜାନ୍, ଜାଣନ୍ତୁ କ’ଣ

ବଲିଉଡର ଅଭିନେତାଙ୍କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ହୋଇଥାଏ । ତାରକାମାନେ ମଧ୍ୟ କିଛି ନୂଆ ହିଟ୍ ଦେଇ, ସମାଜସେବା କରି, ନୂଆ ଟ୍ରେଣ୍ଡ ସୃଷ୍ଟି କରି ଫ୍ୟାନମାନଙ୍କ ହୃଦୟରେ ରାଜ୍ କରିବାକୁ ସର୍ବଦା ଚେଷ୍ଟା କରିଥାନ୍ତି । ତେବେ ଆଜି ଆମେ କିଙ୍ଗଖାନ୍ ଶାହାରୁଖ ଖାନ ଓ ଭାଇଜାନ୍ ସଲମାନ୍ ଖାନଙ୍କୁ ନେଇ ଆଲୋଚନା କରିବା । ଆସନ୍ତୁ ଜାଣିବା ଏ ଦୁହିଁଙ୍କ କ୍ୟାରିୟର ବିଷୟରେ ।

ନବେ ଦଶକରେ ଶାହାରୁଖ ସଫଳତାର ଶୀର୍ଷରେ ରହିଥିବା ବେଳେ ଅନ୍ୟ ତାରକାମାନେ ଯଦିଓ ହିଟ୍ ଫିଲ୍ମ ଦେଉଥିଲେ ତଥାପି ଫ୍ୟାନ ଫଲୋଇଂ, ଆୱାର୍ଡ ଜିତିବା ଆଦି କ୍ଷେତ୍ରରେ ଖାନ୍ ସର୍ବାଗ୍ରେ ରହିଥିଲେ । ଏପରି ସମୟ ଥିଲା, ଶାହାରୁଖଙ୍କ ଫିଲ୍ମ ରିଲିଜ ଡେଟରେ ତାଙ୍କୁ ଟକ୍କର ଦେଇ ବିଗ ବି ପରାଜୟ ବରଣ କରିଥିଲେ । ମାତ୍ର ଏବେ ଯୁଗ ବଦଳି ଯାଇଛି । ବିଗତ ଏକ ଦଶନ୍ଧିର ବକ୍ସ ଅଫିସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଶାହାରୁଖ ଯେପରି ଖାସ କରିପାରି ନାହାନ୍ତି । ଅପରପକ୍ଷେ ସଲମାନ୍ ଖାନଙ୍କ ଅଧିକାଂଶ ଫିଲ୍ମ ବକ୍ସ ଅଫିସରେ କମାଲ୍ କରୁଛି । ୨୦୦୮ରେ ସଲମାନଙ୍କ ୱାଣ୍ଟେଡ ହିଟ୍ ପରଠାରୁ ସେ ଆଉ ପଛକୁ ଫେରି ନାହାନ୍ତି । ସେହିପରି ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ ତାଙ୍କର ନିଜସ୍ୱ ଷ୍ଟାଇଲରେ ଆଗକୁ ମାଡ଼ି ଚାଲିଥିଲେ । ସେହିପରି ଖିଲାଡ଼ି ଅକ୍ଷୟ କୁମାର ବର୍ଷକୁ ୩ରୁ ୪ଟି ହିଟ୍ ଫିଲ୍ମ ଦେଇ ସମସ୍ତଙ୍କୁ କଡ଼ା ଟକ୍କର ଦେଇଥିଲେ । ଏହି ସମୟରେ ଶାହାରୁଖଙ୍କ କ୍ୟାରିୟର ଭୁଶୁଡ଼ିବାରେ ଲାଗିଥିଲା । ବାରମ୍ବାର ପୁରୁଣା ଭୁଲ୍ ଦୋହରାଇବା, ବଡ଼ ବଡ଼ ବ୍ୟାନରକୁ ହାତଛଡ଼ା କରିବା, ପରଫେକ୍ଟ ଫିଲ୍ମ ଚୁଜ୍ କରି ନପାରିବା ଶାହାରୁଖଙ୍କ କ୍ୟାରିୟରର ଅନ୍ୟତମ ଡାଉନ୍ ପଏଣ୍ଟ ଥିଲା । ଆଜି ବି ଶାହାରୁଖଙ୍କ ପପୁଲାରିଟି କମିନାହିଁ, ଦର୍ଶକମାନେ ଏବେ ବି ତାଙ୍କୁ ଝୁରୁଥିଲେ ମଧ୍ୟ ଖାନ ସାହେବ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଟିକିଏ ପଛରେ ପଡ଼ିଯାଇଛନ୍ତି ।

୨୦୦୭ରେ ରିଲିଜ୍ ହୋଇଥିବା ପାର୍ଟନର ଫିଲ୍ମ ପରେ ସଲମାନଙ୍କ ଅଧିକାଂଶ ଫିଲ୍ମ ଫ୍ଲପ୍ ହେଉଥିଲା । ଏପରିକି ସଲମାନଙ୍କ କ୍ୟାରିୟର ଖତମ ହୋଇଗଲା ବୋଲି ବଲିଉଡରେ ଚର୍ଚ୍ଚା ଜୋର ଧରିଥିଲା । ଏହି ସମୟରେ ପ୍ରଭୁ ଦେବାଙ୍କ ନିର୍ଦ୍ଦେଶିତ ସାଉଥ୍ ଫିଲ୍ମ ପୋକିରିର ବଲିଉଡ୍ ଭର୍ଜନ ପାଇଁ ଶାହାରୁଖଙ୍କ ଅଫର କରାଯାଇଥିଲା, ମାତ୍ର ସେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଏହାପରେ ଦ୍ୱିତୀୟ ପସନ୍ଦ ଭାବେ ସଲମାନଙ୍କୁ ଏହି ଅଫର ଦିଆଯିବା ପରେ ସେ ଏହାକୁ ଗ୍ରହଣ କରିଥିଲେ, ଯାହା ତାଙ୍କୁ ବଲିଉଡରେ ଆକ୍ସନ ଫିଲ୍ମରେ ଆଗକୁ ଯିବାର ପ୍ରେରଣା ଦେଇଥିଲା । ଏହା ପରେ ସଲମାନ ଆଗକୁ ମାଡ଼ି ଚାଲିଥିଲେ, ଆଉ ପଛରେ ପଡ଼ିଯାଇଥିଲେ ଶାହାରୁଖ୍ । ସେଥିପାଇଁ କୁହାଯାଏ ଗୋଟିଏ ଭୁଲ୍ ପାଇଁ ଶାହାରୁଖ ଗୋଟିଏ ପାଦ ପଛରେ ଆଉ ସଲମାନ ଗୋଟିଏ ପାଦ ଆଜି ଆଗରେ ।

Get real time updates directly on you device, subscribe now.