fbpx

ଝିଅ ବଦଳରେ ଗୋଟିଏ କିନ୍ନରକୁ ବିବାହ କରି ଘରକୁ ଆଣିଲା ପୁଅ, ଏହା ଦେଖି ମା’ ବେହୋସ୍

ପାଟନା: ଝିଅ ବଦଳରେ ଗୋଟିଏ କିନ୍ନରକୁ ବିବାହ କରି ନେଇଆସିଲା ପୁଅ । ଏହିଭଳି ଏକ ଅଜବ ଘଟଣା ଘଟିଛି ବିହାରର ରୋହତାସ ଜିଲ୍ଲାରୁ । ଏଠାରେ ପୁଅ ଗୋଟିଏ ଝିଅ ବଦଳରେ କିନ୍ନରକୁ ବିବାହ କରି ଘରକୁ ଆଣିବା ପରେ ପୁଅର ମା’ ଏହାକୁ ଦେଖି ବାରମ୍ବାର ବେହୋସ୍ ହୋଇଛନ୍ତି । ଲୋକ-ଲଜ୍ୟା ଚିନ୍ତାରେ ପରିବାର ଲୋକ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି । ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଅର ନାଁ ହେଉଛି ଗୋଲୁ କୁମାର ।

ସୂଚନା ଅନୁସାରେ, କିଛି ଦିନ ପୂର୍ବେ ଗୋଟିଏ ନାଚ ପାର୍ଟିରେ ଗୋଲୁ ଅନ୍ୟ ଏକ ଗାଁରେ ରହୁଥିବା ଏକ କିନ୍ନର ସହିତ ପ୍ରେମ ହୋଇଯାଇଥିଲା । ଏହାପରେ ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ । ତେଣୁ ଗୋଟିଏ ଘରେ ଭଡାରେ ରହୁଥିଲେ । ଏ ବିଷୟରେ ଘରେ ଗୋଲୁଙ୍କ ଘରେ ଜାଣିବା ପରେ କିନ୍ନରକୁ ତାଙ୍କଠାରୁ ଅଲଗା କରିବାକୁ ଅନେକ ଚେଷ୍ଟା କରିଥିଲେ । କିନ୍ତୁ ଅସଫଳ ରହିଥିଲେ । ତେବେ କିନ୍ନର ବୋହୁଙ୍କ ନାମ ନନ୍ଦିନୀ ହୋଇଥିବା ବେଳେ ସେ ଗୋଲୁଙ୍କ ଘରେ ସେମାନଙ୍କ ସମ୍ପର୍କକୁ ନେଇ ଅମଙ୍ଗ ହେଉଥିବା ଜାଣି ନନ୍ଦିନୀ, ଗୋଲୁଙ୍କ ଘରେ ପହଞ୍ଚି ଯାଇଥିଲେ ।

ଏହାପରେ ପରିବାର ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ବର୍ତ୍ତମାନ ସେମାନଙ୍କୁ ଲୋକ-ଲଜ୍ୟା କାରଣରୁ କୌଣସି ଏକ ସମ୍ପର୍କିୟଙ୍କ ଘରକୁ ପଠାଇଦେଇଛନ୍ତି ପରିବାର ଲୋକେ । ତେବେ ସେଠାକାର ଜଣେ ସ୍ଥାନୀୟ ଯୁବକଙ୍କ କହିବା କଥା ଯେ, କିନ୍ନର ବୋହୁକୁ ଦେଖି ଗୋଲୁଙ୍କ ମା’ ବାରମ୍ବାର ବେହୋସ୍ ହୋଇଯାଉଥିଲେ । ଆଉ ଗୋଲୁର ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ ଥିଲେ ।

Get real time updates directly on you device, subscribe now.