fbpx

ପୁଣି ଜମ୍ମୁ ସୀମାରେ ଉଡ଼ିଲା ଡ୍ରୋନ୍, ବିଏସଏଫ୍ ଯବାନଙ୍କ ଗୁଳିମାଡ଼ ପରେ ଡରି ପଳାୟନ କଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ମାନେ ଆତଙ୍କ ଖେଳାଇବା ପାଇଁ ଡ୍ରୋନ୍ କୁ ନିଜର ଅସ୍ତ୍ର ଭାବରେ .ଗ୍ରହଣ କରିଛନ୍ତି । କିଛି ଦିନ ହେବ ଲଗାତର ଭାବେ ଭାରତ ସୀମାରେ ଆତଙ୍କବାଦୀଙ୍କ ଡ୍ରୋନ୍ ଦେଖିବାକୁ ମିଳିଛି । ନିକଟରେ ଜମ୍ମୁ ରେ ଏହି ଡ୍ରୋନ୍ ସାହାଯ୍ୟରେ ହିଁ ଆକ୍ରମଣ କରାଯାଇଥିଲା । ଜମ୍ମୁ ଏୟାରପୋର୍ଟରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯିବା ପରେ ଲଗାତର ଭାବରେ ଜମ୍ମୁ ସୀମାରେ ଡ୍ରୋନ୍ ର ଗତିବିଧି ଦେଖିବାକୁ ମିଳିଛି । ତେବେ ଏହି ପରିପ୍ରେକ୍ଷୀରେ ପୁଣି ଥରେ ଶୁକ୍ରବାର ଦିନ ଅନ୍ତରାଷ୍ଟ୍ରୀୟ ସୀମାରେ ଅର୍ନିୟା ସୀମାରେ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା ।

ତେବେ ପୂର୍ବରୁ ହୋଇଥିବା ଡ୍ରୋନ୍ ଆକ୍ରମଣ ପରେ ସୀମାରେ ବିଏସଏଫ୍ ଯବାନ ମାନେ ଆଲର୍ଟ ରହିଥିଲେ । ତେଣୁ ଡ୍ରୋନ୍ ଉଡୁଥିବା ଦେଖିବାକୁ ପରେ ବିଏସଏଫ୍ ଯବାନ ମାନେ ତା ଉପରକୁ ଫାୟାରିଂ ଆରମ୍ଭ କରିଦେଇଥିଲେ । ଏହାପରେ ଡ୍ରୋନ୍ ଟି ପାକିସ୍ତାନ ପଟକୁ ଫେରିଯାଇଥିଲା । ଏହାକୁ ଯବାନ ମାନେ ସକାଳ ୪ଟା ୨୫ ମିନିଟ୍ ରେ ସୀମାରେ ଘୂରି ବୁଲୁଥିବା ଦେଖିବାକୁ ପାଇଥିଲେ । ତେଣୁ ପୂର୍ବରୁ ଆଲର୍ଟ ରହିଥିବା ଭାରତୀୟ ଯବାନ ଏହା ଉପରକୁ ତୁରନ୍ତ ଗୁଳି ବିନିମୟ କରିଥିଲେ । ଯାହା ଫଳରେ ଏହା ଫେରିଯାଇଥିଲା ।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ଏୟାରପୋର୍ଟରେ ଡ୍ରୋନ୍ ଆକ୍ରମଣ ପରେ ଅନେକ ସ୍ଥାନରେ ଡ୍ରୋନ୍ ଦେଖିବାକୁ ମିଳିଥିଲା । ତେଣୁ ସୁରକ୍ଷା ବଳ ଏନେଇ ମତ ପ୍ରକାଶ କରିଛନ୍ତି ଆତଙ୍କବାଦୀ ମାନଙ୍କ ପାଖରେ ଏହିଭଳି ଭାବରେ ଅନେକ ଡ୍ରୋନ୍ ଥାଇପାରେ । ଯଦ୍ୱାରା ସେମାନେ ଦେଶ ଉପରକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥାଇପାରନ୍ତି ।

Get real time updates directly on you device, subscribe now.