fbpx

ପୂର୍ଣ୍ଣ କ୍ଷମତାରେ ଚାଲିବ ସରକାରୀ ଅଫିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର)ରାଜ୍ୟରେ କୋଭିଡ୍ ସ୍ଥିତିକୁ ଦେଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହ ରାଜ୍ୟର ସମସ୍ତ ସରକାରୀ ଅଫିସରେ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଅଫିସ୍ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଶୁକ୍ରବାର ରାଜ୍ୟ ରାଜ୍ୟର ସମସ୍ତ ସରକାରୀ ଅଫିସକୁ ପୂର୍ଣ୍ଣ କ୍ଷମତାରେ ଚାଲିବା ନେଇ ଘୋଷଣା କରିଛନ୍ତି । ଅଧିକାଂଶ କର୍ମଚାରୀ ଟିକା ନେଇଥିବାରୁ ଅଫିସ୍ ଆସିବା ବାଧ୍ୟତାମୂଳକ । ରାଜ୍ୟ ସରକାର ଅଧୀନ ସବୁ ଅଫିସ୍ ଶନିବାର ବନ୍ଦ ରହିବ । ପୂର୍ବରୁ କୋଭିଡ କଟକଣା ଯୋଗୁଁ ସୀମିତ ସଂଖ୍ୟକ କର୍ମଚାରୀରେ ଅଫିସ୍ ଚାଲୁଥିବାବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି ।

Get real time updates directly on you device, subscribe now.