fbpx

ସୌମ୍ୟଙ୍କ ମା’ କହିଲେ ‘ପାପ ପୀରତି ବୋହୂର ଥିଲା, ପୁଅକୁ ହରାଇଲି’; ବିଳପି କାନ୍ଦୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଜାଗା ଘା’ ଦେଖି ହୁଏନି କି ଦେଖେଇ ହୁଏନି। ସ୍ତ୍ରୀର ଦୁଶ୍ଚରିତ୍ରା ଗୁଣ ପୁଅ ମୋତେ ହିଁ କହିଥିଲା। ଯାହା ହେଲେ ବି ମୁଁ ମା’… ଅନ୍ତଃଫାଡ଼ି ଜନମ ଦେଇଛି; ପୁଅ ମୋତେ କଣ ଲୁଚାଇବ? କହିଥିଲା ଅନେକ କଥା ହେଲେ ମୁଁ ମା’ ଗୁଣରେ ଉଭୟଙ୍କ ମଙ୍ଗଳ ଚାହିଥିଲି। କିନ୍ତୁ ବୋହୂର ଚୋରା ପୀରତି ଆଉ ଦୁଶ୍ଚରିତ୍ରା ଗୁଣ ଲାଗି ପୁଅ ମୋର ନିଇତି ମରୁଥିଲା। କାନ୍ଦୁଥିଲା ସେ କୋହ ଉଠାଇ କିନ୍ତୁ କେବଳ ମୁଁ ହିଁ ଦେଖିପାରୁଥିଲି ତାର ଦୟନୀୟ ଅବସ୍ଥା… ACF ସୌମ୍ୟ ରଞ୍ଜନଙ୍କ ମା’ ଏହି ମର୍ମରେ ପାରଳା ପୋଲିସକୁ ଦେଇଛନ୍ତି ମତ। ଜଣାଇଛନ୍ତି ଦୁଃଖ ଆଉ ଶୁଣାଇଛନ୍ତି ବୋହୂ ବିଷୟରେ ଅନେକ ଅଶୁଣା କଥା।

ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ସୌମ୍ୟଙ୍କ ମାଆ। ସେ ସୋମବାର ଦେଇଛନ୍ତି ଏକ ବିସ୍ଫୋରକ ବୟାନ। ସୌମ୍ୟଙ୍କ ମା’ କହିଛନ୍ତି ଯେ, ପୁଅ-ବୋହୂଙ୍କ ମଧ୍ୟରେ ସ୍ବାମୀ-ସ୍ତ୍ରୀ ଭଳି କୌଣସି ସମ୍ପର୍କ ନଥିଲା। ବିବାହର ବର୍ଷେ ପର୍ଯ୍ୟନ୍ତ ସମ୍ପର୍କ ନ ରଖିବାକୁ ଉଭୟଙ୍କ ମଧ୍ୟରେ ହୋଇଥିଲା ଏଗ୍ରିମେଣ୍ଟ। ଦିନେ ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତାପରେ ଶଙ୍ଖା ଭାଙ୍ଗି, ମୁଣ୍ଡରୁ ସିନ୍ଦୁର ପୋଛି ରାତିରେ କେଉଁ ଆଡ଼େ ପଳାଇଥିଲା ବୋହୂ। ପୁଅ ଖୋଜାଖୋଜି କରିବା ପରେ ଡିଏଫ୍ଓଙ୍କ ଘରେ ବୋହୂକୁ ଦେଖିଥିଲା। ଏଭଳି କହିଛନ୍ତି ସୌମ୍ୟଙ୍କ ମାଆ।

ସୌମ୍ୟ ନିଜ ପତ୍ନୀଙ୍କ ଅବୈଧ ସମ୍ପର୍କ ବିଷୟରେ କେବଳ ନିଜ ମାଙ୍କୁ କହିଥିଲେ। ଆଉ ନିଜେ ନିଇତି ମରୁଥିଲେ ଚିନ୍ତା-ଅବସାଦରେ। ଖାଲି ସେତିକି ନୁହେଁ, ଗଜପତି ପୋଲିସକୁ ସୌମ୍ୟଙ୍କ ମା’ ଦେଇଥିବା ବୟାନ ସମ୍ପର୍କରେ ସୌମ୍ୟଙ୍କ ମାମୁ କହିଛନ୍ତି ଯେ ବାହାଘର ପରେ ବଲାଙ୍ଗୀରରେ ଏକ ବ୍ୟାଚେଲର ପାର୍ଟିର ଆୟୋଜନ କରାଯାଇଥିଲା। ଉଭୟ ପତି-ପତ୍ନୀ ପାର୍ଟିକୁ ଯାଇଥିଲେ। ହେଲେ ସୌମ୍ୟଙ୍କୁ ବିଦା କରିଦେଲେ ସେଠାରୁ। ତେବେ ସୌମ୍ୟ ଫେରିବା ପରେ ତାଙ୍କୁ ଟଙ୍କା ମାଗିଥିଲେ ପତ୍ନୀ ବିଦ୍ୟାଭାରତୀ। ଟଙ୍କା ନଦେଲେ ଫଟୋ ପଠାଇବି କହି ଧମକ ମଧ୍ୟ ଦେଇଥିଲେ ବୋହୂ। କିଛି ସମୟ ପରେ ସୌମ୍ୟଙ୍କ ମୋବାଇଲକୁ ବୋହୂର ଖରାପ ଫଟୋ ଆସିଥିଲା। ଯାହା ଏବେ ମୋବାଇଲରେ ଅଛି। ଏଭଳି ସାଂଘାତିକ ତଥ୍ୟ ଦେଇଛନ୍ତି ସ୍ୱର୍ଗତ ସୌମ୍ୟଙ୍କ ମାମୁ।

ଅନ୍ୟପକ୍ଷରେ ସୌମ୍ୟଙ୍କ ବାପା ନ୍ୟାୟ ପାଇଁ ଗଜପତିରୁ କଟକ ଓ ଭୁବନେଶ୍ୱର ଦୌଡ଼ି ଗଡ଼ାଉଛନ୍ତି ଲୁହ। ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ନ୍ୟାୟ ମାଗିଛନ୍ତି। ତା ଆଗରୁ କଟକରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଭେଟିଥିଲେ। ତିନି ମୁଖ୍ୟ ଅଭିଯୁକ୍ତ ବୋହୂ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉ ବୋଲି ଦାବି କରିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର।

Get real time updates directly on you device, subscribe now.