fbpx

କାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ୱର,୧୪ ।୨(ଓଡିଶା ଭାସ୍କର): ୨୦୨୦ ମସିହା ପାଇଁ ଆଜିଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଯାଏଁ ଗୃହକୁ ମୁଲତବି ରହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ତେବେ ଆଜି ଗୃହରେ ଦିବଙ୍ଗତ ସଦସ୍ୟ ଓ ସହିଦ ବିୟୋଗରେ ଶ୍ରଦ୍ଧାଞ୍ଜଳି ଦେବା ସହ ପ୍ରଥମ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ଗଣେଶୀ ଲାଲ୍ । ମହାମହିମ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ସଦସ୍ୟ । ନିଜ ଆସନରେ ଛିଡା ହୋଇ ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କଲେ । ଆଉ କିଛି ସମୟ ପରେ ବିରୋଧୀ କଂଗ୍ରେସର ସମସ୍ତ ବିଧାୟକ କକ୍ଷତ୍ୟାଗ କରିଥିଲେ ।

Get real time updates directly on you device, subscribe now.