fbpx

ଶ୍ରୀଲଙ୍କାକୁ ହରାଇଲା ଭାରତ; ୩୮ ରନ୍ ରେ ଜିତିଲା

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ।ଫଳରେ ଦିନିକିଆ ଭଳି ଟ୍ବେଣ୍ଟି ଟ୍ବେଣ୍ଟିରେ ମଧ୍ୟ ସିରିଜ୍ କବଜା କରିବା ଆଶା କରାଯାଉଛି। ୩୮ ରନ୍ ରେ ଶ୍ରୀଲଙ୍କାକୁ ହରାଇଛି ଭାରତୀୟ ଦଳ।

ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଆଉ ଭାରତ ପକ୍ଷରୁ ସୂର୍ଯ୍ୟ ଚମକଦାର୍ ବ୍ୟାଟିଂ କରିବା ଫଳରେ ୧୬୪ ରନ୍ କରିପାରିଥିଲା ଭାରତ। ୧୬୫ ରନ୍ ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଶ୍ରୀଲଙ୍କାକୁ ଭାରତର ଭୁବନେଶ୍ୱର କୁମାର ବୋଲିଂରେ ଘାଇଲା କରି ଦେଇଥିଲେ ଆଉ ୩୮ ରନ୍ ପଛରେ ରହି ହାରିଯାଇଛି ଲଙ୍କା ବାହିନୀ।

ଭାରତ ପକ୍ଷରୁ ସୂର୍ଯ୍ୟଙ୍କ ହାଫ୍ ସେଞ୍ଚୁରି ଆଉ ଶିଖରଙ୍କ ୪ ରନ୍ କମ୍ ହାଫ୍ ସେଞ୍ଚୁରି ସ୍କୋର୍ ମଜଭୂତ କରିଥିଲା। ସେହିପରି ବୋଲିଂରେ ଭୁବନେଶ୍ୱର ୪ ୱିକେଟ୍ ନେଇ ଲଙ୍କା ଦଳକୁ ପରାଜିତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ।

India vs Srilanka T20

Get real time updates directly on you device, subscribe now.