fbpx

ଟୋକିଓ ଅଲିମ୍ପିକ: ଦର୍ଶକଙ୍କ ଗହଣରେ ବସି ସୁଇଟର ବୁଣିଲେ ସ୍ଵର୍ଣ୍ଣ ପଦକ ବିଜେତା, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଗ୍ରେଟ୍ ବ୍ରିିଟେନ୍ ପାଇଁ ଗୋଲ୍ଡ ମେଡାଲ୍ ଜିତିଥିବା ଟମ୍ ଡେଲେଙ୍କ ଗୋଟିଏ ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଏହି ଫଟୋକୁ ଟୋକିଓ ଅଲିମ୍ପିକ୍ ର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡେଲ୍ ରେ ସେୟାର୍ କରାଯାଇଛି । ଟମ୍ ଏହି ଫଟୋରେ ଦର୍ଶକଙ୍କ ମଧ୍ୟରେ ବସି ସ୍ୱେଟର୍ ବୁଣୁଥିବା ନଜର ଆସିଛନ୍ତି । ଏହାକୁ ଏବେ ଲୋକେ ଖୁବ୍ ପସନ୍ଦ କରୁଥିବା ବେଳେ ଖୁବ୍ ସେୟାର୍ କରୁଛନ୍ତି ।

ତେବେ ଟମ୍ ଟୋକିଓ ଅଲିମ୍ପିକ୍ ରେ ପୁରୁଷ ୧୦ ମିଟର୍ ସିଂକ୍ରନାଇଜ୍ ପ୍ଲାଟଫର୍ମ ଡାଇଭିଂରେ ଗୋଲ୍ଡ ମେଡାଲ୍ ହାସଲ କରିଥିଲେ । ଏହାପରେ ସେ ମହିଳାଙ୍କ ୩ ମିଟର୍ ସ୍ପ୍ରିଙ୍ଗବୋର୍ଡ ଫାଇନାଲ୍ ଇଭେଣ୍ଟକୁ ଦର୍ଶକଙ୍କ ମଝିରେ ବସି ଦେଖୁଥିଲେ । ଆଉ ଏହି ସମୟରେ ସେ ସ୍ୱେଟର୍ ବୁଣୁଥିବା ଦେଖିବାକୁ ମିଳିଛନ୍ତି ।

୨୭ ବର୍ଷର ଟମ୍ ଦର୍ଶକଙ୍କ ମଧ୍ୟରେ ଗ୍ରେଟ୍ ବ୍ରିଟେନ୍ ର ଜର୍ସି ପିନ୍ଧି ବସିଥିଲେ । ଟମ୍ ଗୋଲ୍ଡ ମେଡାଲ୍ ପାଇଁ ଏକ ପାଉଚ୍ ମଧ୍ୟ ତିଆରି କରିଛନ୍ତି । ଯାହାର ଭିଡିଓ ଟୋକିଓ ଅଲିମ୍ପିକ୍ ର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡେଲରେ ସେୟାର କରାଯାଇଛି । ଟମ୍ ଜଣେ ସମଲିଙ୍ଗୀ ହୋଇଥିବା ବେଳେ ସେ ଏହାକୁ ନେଇ ସର୍ବସମ୍ମୁଖରେ ପ୍ରକାଶ ମଧ୍ୟ କରିଥିଲେ । ୨୦୧୩ରେ ଏକ ୟୁଟ୍ୟୁବ୍ ଭିଡିଓ ମାଧ୍ୟମରେ ଏନେଇ ସେ ଘୋଷଣା କରିଥିଲେ । ସେତେବେଳେ ସେ ଜଣେ ପୁରୁଷଙ୍କ ସହିତ ରିଲେସନ୍ ରେ ଥିଲେ ।

Get real time updates directly on you device, subscribe now.