fbpx

ଭାରତର ୧୦୦୦ ସହରରେ ରେକର୍ଡ କଲା ଓଲା ଇଲେକ୍ଟିକ ସ୍କୁଟର , ୧୫ ଅଗଷ୍ଟରେ ହେବାକୁ ଯାଉଛି ଲଞ୍ଚ

ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ ସ୍କୁଟର ଏହାର ପ୍ରଥମ ଇଲେକ୍ଟ୍ରିକ ସ୍କୁଟର ପାଇଁ ଭାରତର ୧୦୦୦ରୁ ଅଧିକ ସହରରୁ ବୁକିଂ ପ୍ରାପ୍ତ କରିଛି । ଓଲା ସିଇଓ ଭାବେଶ ଅଗ୍ରୱାଲ ଶୁକ୍ରବାର ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି କମ୍ପାନୀ ଯେ କମ୍ପାନୀ ପ୍ରଥମ ଦିନରୁ ହିଁ ପୁରା ଭାରତରେ ଏହାର ସେବା ଯୋଗାଇବ । ସେ କହିଛନ୍ତି ଭାରତରେ ଇଲେକ୍ଟିକ ଯାନରେ ଏକ କ୍ରାନ୍ତି ଆରମ୍ଭ ହୋଇଛି । ଯେଉଁଠାରେ ୧୦୦୦ ରୁ ଅଧିକ ସହରରେ ଏହି ସ୍କୁଟରକୁ ବୁକ୍ କରାଯାଇଛି । ଏହା ସହ ଏ ସମ୍ପର୍କରେ ଆହୁରି ତଥ୍ୟ ୧୫ ଅଗଷ୍ଟରେ ଦିଆଯିବାନେଇ କହିଛନ୍ତି ।

ଓଲା ଇଲେକ୍ଟ୍ରିକ ସ୍କୁଟରକୁ କମ୍ପାନୀର ତାମିଲନାଡୁ ଫେସିଲିଟିରେ ତିଆରି କରାଯାଉଛି । ଏହି ଫ୍ୟାକ୍ଟୀକୁ ଦୁନିଆର ସବୁଠୁ ବଡ଼ ଇଲେକ୍ଟ୍ରିକ ଟୁ-ହ୍ୱିଲର ଫ୍ୟାକ୍ଟ୍ରୀ ବୋଲି କୁହାଯାଉଛି, ଏବଂ ଏଠାରେ ପ୍ରତିବର୍ଷ ୧ କୋଟି ଯାନ ଉତ୍ପାଦନ କରାଯିବ । ତେବେ ପ୍ରଥମେ ଏହା ଘରୋଇ ଚାହିଦାକୁ ପୂରଣ କରାଯିବ ଏବଂ ପରେ ଏହାକୁ ଆମେରିକା, ୟୁକେ, ନିଉଜିଲାଣ୍ଡ ଆଦିକୁ ପଠାଯିବ । ଓଲାର ଏହି ଫ୍ୟୁଚର ଫ୍ୟାକ୍ଟ୍ରି ୨୪୦୦ କୋଟି ଟଙ୍କା ନିବେଶରେ ତିଆରି ହୋଇଛି । ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ୧୦୦୦୦ ଲୋକଙ୍କୁ ନିଯୁକ୍ତି ମିଳିବ । ଏପର୍ଯ୍ୟନ୍ତ ମିଳିଥିବା ସୂଚନାନୁସାରେ ଓଲା ଇଲେକ୍ଟ୍ରିକ ସ୍କୁଟର ଥରେ ଚାର୍ଜରେ ୧୫୦ କିଲୋମିଟରର ମାଇଲେଜ ଦେବ ଏବଂ ଏହା ଫାଷ୍ଟ ଚାର୍ଜି ସପୋର୍ଟ ସହ ମିଳିବ ।

Get real time updates directly on you device, subscribe now.