fbpx

ସ୍ୱର୍ଗରୁ ଖସିଛି ଶ୍ରୀକୃଷ୍ଣଙ୍କ ରହସ୍ୟମୟୀ ପଥର! ଆଶ୍ଚର୍ଯ୍ୟ କରିଦେବ ଏହି Mysterious Stones କାହାଣୀ

ନୂଆଦିଲ୍ଲୀ: ପୃଥିବୀ ହେଉଛି ରହସ୍ୟର ଗନ୍ତାଘର । ଏଠାରେ ଏପରି ଅନେକ ରହସ୍ୟମୟୀ ଜିନିଷ ରହିଛି ଯାହା ସମ୍ପର୍କରେ ଆଜି ବି ଖୁଲାସା ହୋଇପାରିନି । ଏସବୁ ବିଷୟରେ ଆମେ କେବଳ ପୋଥି ପୁରାଣରେ ହିଁ ପଢ଼ିଛେ । ବେଳେ ଏହିପରି କିଛି ରହସ୍ୟଭରା ବସ୍ତୁର ଅସ୍ତିତ୍ୱ ଉପରେ ଆମର ସନ୍ଦେହ ମଧ୍ୟ ହୁଏ । ଏହି ଆଧାରରେ ଆମେ ଆଜି ଜାଣିବା କିଛି ଚମତ୍କାରୀ ପଥର ସମ୍ପର୍କରେ ।

୧. କୃଷ୍ଣାସ୍ ବଟର୍ ବଲ୍

ଦକ୍ଷିଣ ଭାରତ ଚେନ୍ନାଇର ମହାବଳୀପୁରମ୍ ଠାରେ ଏକ ବିଶାଳକାୟ ପଥର ରହିଛି । ଯାହାର ଇତିହାସକୁ ଆଜି ବି ସନ୍ଦେହ ଘେରରେ । ଏହି ବିଶାଳକାୟ ପଥର ପାହାଡ଼ ଉପରେ ରହିଥିବା ବେଳେ ୪୫ ଡିଗ୍ରୀ କୋଣରେ ରହିଛି । କିନ୍ତୁ ଏହା ଆଦୌ ଗଡ଼ୁନାହିଁ । ଫଟୋରେ ଆପଣ ମାନେ ଯେପରି ଦେଖୁଛନ୍ତି ଠିକ୍ ସେହିପରି ଭାବରେ ରହିଛି । ଏହି ପଥର କୃଷ୍ଣାସ୍ ବଟର୍ ବଲ୍ ଭାବରେ ଜଣାଶୁଣା । ବିଶ୍ୱାସ ରହିଛି ଯେ, କୃଷ୍ଣଙ୍କ ପ୍ରିୟ ଭୋଜନ ଲହୁଣୀର ପ୍ରତୀକ, ଯାହା ସ୍ୱୟଂ ସ୍ୱର୍ଗରୁ ଏହି ପଥର ଖସିଛି । ପଥରଅର ଆକାର ୨୦ ଫୁଟ୍ ଉଚ୍ଛ ଏବଂ ୫ ମିଟର୍ ଚଉଡ଼ା । ଆଉ ଓଜନ ପାଖାପାଖି ୨୫୦ ଟନ୍ । କୃଷ୍ଣସ୍ ବଟର୍ ବଲ୍ ଅନେକ ଶତାବ୍ଦୀରୁ ସେହି ଗୋଟିଏ ସ୍ଥାନରେ ରହିଛି ।

୨. ଅଜମେରର ଯାଦୁ ପଥର

ହଜରତ୍ ଖ୍ୱାଜା ମୋଇନୁଦ୍ଦିନ୍ ଚିସ୍ତୀ ବା ଖ୍ୱାଜା ଗରୀବ୍ ନୱାଜ୍ ଙ୍କ ଦରଗାହକୁ ଦେଶ ଦୁନିଆରୁ ଅନେକ ଲୋକ ଆସନ୍ତି । ତାରଗଢ଼ ପାହାଡ଼ର ତଲହଟିରେ ଥିବା ଏହି ପଥର ବିଷୟରେ ଲୋକେ କୁହନ୍ତି ଯେ, ଏହାକୁ କୌଣସି ଏକ ଲୋକ ଉପରକୁ ପଡ଼ିବାର ଥିଲା । ଏହି ସମୟରେ ଉକ୍ତ ବ୍ୟକ୍ତି ଖ୍ୱାଜା ସାହେବ୍ ଙ୍କୁ ମନେ ପକାଇଥିଲା ଏବଂ ପଥରଟି ପବନରେ ହିଁ ଅଟକି ଯାଇଥିଲା । ଏହି ପଥର ଦୁଇ ଇଞ୍ଚ ଉପରକୁ ଉଠି ରହିଛି । ଆପଣ ମାନେ ଫଟୋରେ ଏହାକୁ ଦେଖିପାରୁଥିବେ ।

୩. ଠିନ୍ ଠିନ୍ ପଥର, ଛତିଶଗଡ

ଏହି ଚମତ୍କାର ପଥର ଏଥିପାଇଁ ପ୍ରସିଦ୍ଧ କାରଣ ଯଦି ଅନ୍ୟ କୌଣସି ବସ୍ତୁ କିମ୍ବା ପଥର ଏହା ସହିତ ଧକ୍କା ହୁଏ, ତେବେ ଧକ୍କାରୁ ଏକ ମଧୁର ଶବ୍ଦ ଶୁଣିବାକୁ ମିଳିଥାଏ । ଏହି ପଥର ଛତିଶଗଡର ସୁରଗୁଜା ଜିଲ୍ଲାର ଚିନ୍ଦକାଲୋ ଗ୍ରାମରେ ଅବସ୍ଥିତ । ଅନୁସନ୍ଧାନକାରୀ ମାନେ ମଧ୍ୟ ଏହାର କାରଣ ସମ୍ପର୍କରେ ଜାଣିପାରିନାହାନ୍ତି । ଗାଁର ଲୋକମାନେ ଏହି ପଥରର ନାମ ଠିନ୍ ଠିନ୍ ପଥର ରଖିଛନ୍ତି। ଏହାର ପ୍ରକୃତ ନାମ ହେଉଛି ଫୋନୋଟିକ୍ ପଥର ।

୪. ବାଲାନ୍ସିଂ ରକ୍, ଚେରାପୁଞ୍ଜୀ

ସେହିପରି ଚେରାପୁଞ୍ଜୀର ଏହି ପଥର ଆଉ ଏକ ରହସ୍ୟମୟୀ ପଥର । ଏହାର ଅବସ୍ଥାନ ଶୈଳୀ ଆପଣଙ୍କୁ ଭାବିବାକୁ ବାଧ୍ୟ କରିଦେବ । ଫଟୋରେ ଦେଖୁଥିବା ବିଶାଳ ପଥର ମାତ୍ର ଏକ ଛୋଟ ପଥରର ସାହାରାରେ ରହିଛି । ଏପରି ବାଲାନ୍ସିଂ ଷ୍ଟୋନ୍ ଖୁବ୍ କମ୍ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.