fbpx

ଅଜବ ପ୍ରଥା: ବିବାହ ପୂର୍ବରୁ କନ୍ୟାକୁ କରାଯାଏ ଅପହରଣ, ହେଲେ ବି କୌଣସି ଅଭିଯୋଗ ହୁଏ ନାହିଁ

ଓଡ଼ିଶା ଭାସ୍କର ବ୍ୟୁରୋ: ଦୁନିଆର ପ୍ରତିଟି କୋଣରେ ଭିନ୍ନ ଭିନ୍ନ ପ୍ରାଚୀନ ରୀତିନୀତି ଆଜି ମଧ୍ୟ ରହିଛି । ସେସବୁକୁ ଆଜି ବି ଲୋକ ମାନେ ପାଳନ କରିଥାନ୍ତି । ଏସବୁ କିଛି ମାତ୍ରାରେ ଆମକୁ ଆଶ୍ଚର୍ଯ୍ୟ କରୁଥିଲେ ବି ପାଳନ କରାଯାଏ । ଏହି ଆଧାରରେ ଆମେ କହିବାକୁ ଯାଉଛୁ ଏକ ଆଶ୍ଚର୍ଯ୍ୟ ଏବଂ ବିଚିତ୍ର ପ୍ରଥା ସମ୍ପର୍କରେ । ଏପରି ଏକ ଗ୍ରାମୀଣ ଅଞ୍ଚଳ ରହିଛି ଯେଉଁଠାରେ ବିବାହ ପୂର୍ବରୁ କନ୍ୟାକୁ ଅପହରଣ କରାଯାଏ ଏବଂ ତାପରେ ବିବାହ କରଯାଏ । ଏହି ଅଞ୍ଚଳରେ ପ୍ରତି ୩ଟି ଝିଅ ମଧ୍ୟରୁ ଜଣଙ୍କୁ ଅପହରଣ କରିବା ପରେ ବିବାହ କରାଯାଏ ।

ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଭିନ୍ନ ଭିନ୍ନ ଧର୍ମାବଲମ୍ବୀର ଲୋକମାନେ ସେମାନଙ୍କ ପ୍ରଥା ଅନୁଯାୟୀ ଉତ୍ସବମାନ ପାଳନ କରନ୍ତି । ହେଲେ ଆପଣ ମାନେ କେବେ ଜାଣିଛନ୍ତି ଏମିତି ଏକ ପରମ୍ପରା ରହିଛି ଯେଉଁଥିରେ ବିବାହ ପୂର୍ବରୁ କନ୍ୟାକୁ ଅପହରଣ କରାଯାଇଥାଏ । ପ୍ରକୃତରେ ଏହିଭଳି ପ୍ରଥା ଇଣ୍ଡୋନେସିଆର “ସୁମ୍ବା” ନାମକ ଏକ ଟାପୁରେ ଏହି ବିବାଦୀୟ ପରମ୍ପରା ଆଜି ବି ଜାରି ରହିଛି । ଯଦି ପୁରୁଷ କୌଣସି ଏକ ମହିଳାଙ୍କୁ ପସନ୍ଦ କରୁଛି । ତାହେଲେ ସେ ପ୍ରଥମେ ତାକୁ ଅପହରଣ କରି ନେଇ ଯାଆନ୍ତି । ତାପରେ ବିବାହ କରନ୍ତି । ଏହା ପୂରାତନ କାଳରୁ ଜାରି ରହିଛି ।

ଏହି ପରମ୍ପରା ଅଜବ କମ୍ ବିବାଦୀୟ ଅଧିକ ରହିଛି । ଏହି ପ୍ରଥାରେ ରୋକ୍ ଲଗାଇବାକୁ ଅନେକ ଚେଷ୍ଟା କରାଯାଇଥିଲେ ସୁଦ୍ଧା କିଛି ସ୍ଥାନରେ ଏହା ଜାରି ରହିଛି । ତେବେ ଏହାକୁ ନେଇ ଅନେକ କାହାଣୀ ରହିଛି । ଏଥିରେ କେବଳ ବର ନୁହେଁ ବରଂ ବରର ପରିବାର ଲୋକ ମଧ୍ୟ ଏହି ଅପହରଣ କରିବାରେ ସମ୍ପୃକ୍ତ ଥାଆନ୍ତି ।

Marriage-

ତେବେ ଏହିସବୁ ପରମ୍ପରା ବ୍ୟତୀତ ଅନେକ ସ୍ଥାନରେ ମହିଳାଙ୍କ ଇଚ୍ଛା ବିରୋଧରେ ଯାଇ ମଧ୍ୟ ସେମାନଙ୍କ ବିବାହ କରିଦିଆଯାଏ । ଏହା ଆଜି ବି ଜାରି ରହିଛି । ଏହି ଲିଷ୍ଟରେ ସବୁଠାରୁ ଆଗରେ ରହିଛି ପାକିସ୍ତାନ, କିର୍ଗିସ୍ତାନ ।

Get real time updates directly on you device, subscribe now.