fbpx

ଗ୍ରାମ୍ୟ ରାସ୍ତା ସଙ୍ଗୀନ, ବିଧାନସଭାରେ ବିରୋଧୀ, ଶାସକ ଦଳ ଖପା

ଭୁବନେଶ୍ୱର, ୧୮ା୨(ଓଡ଼ିଶା ଭାସ୍କର): ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ । ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସେ ବିଭାଗ ୱେବସାଇଟରେ ରାସ୍ତାର ସ୍ଥିତି ଓ ମରାମତି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସ୍ତରୀୟ ବିଧାୟକଙ୍କ ସହ ଏନେଇ ଆଲୋଚନା କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।
ଏହାପରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇ କହିଛନ୍ତି ପିଏମଜିଏସୱାଇ ରେ ୬୫୦ଟି ରାସ୍ତା ପାଇଁ ୧୬୫୧ କୋଟି ଟଙ୍କା ମଞ୍ଜୁର ହୋଇଛି । ବର୍ତ୍ତମାନ ୬୨୭ଟି ରାସ୍ତାର କାମ ଚାଲିଥିବା ବେଳେ ୧୪ଟି ରାସ୍ତା ଏଯାଏ ଆରମ୍ଭ ହୋଇନି ।

Get real time updates directly on you device, subscribe now.