fbpx

ମୁଁ ଯଦି ଚାପୁଡ଼ା ମାରିଥାନ୍ତି, ଏତେବେଳକୁ ମୁଁ ଜେଲରେ ଥାନ୍ତି, ଥପ୍ପଡ୍ ଗାର୍ଲଙ୍କୁ ଗିରଫ କରାନଗଲେ ମୁଁ….Cab Driver

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଚାପୁଡ଼ାମରା ଘଟଣା ଥମିବାର ନାଁ ନେଉନାହିଁ । ଉତ୍ତରପ୍ରଦେଶର ରାଜଧାନୀରେ ଜଣେ ଯୁବତୀ ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ୨୨ଚାପୁଡ଼ା ମାରିବା ଘଟଣା ସମଗ୍ର ଦେଶକୁ ବ୍ୟାପିଯାଇଥିଲା । ତେବେ ଏହି ଘଟଣାକୁ ୨ ସପ୍ତାହ ସମୟ ବିତିଯାଇଥିଲେ ହେଁ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରାଯାଇନାହିଁ । ତେଣୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କ୍ୟାବ୍ ଡ୍ରାଇଭର ସହାଦତ ଅଲ୍ଲୀ । ପୋଲିସ ସେ ଯୁବତୀଙ୍କ ସହ ମିଶି କେସକୁ ଚାପି ଦେବାକୁ ଚେଷ୍ଟା କରୁଛି । ମୁଁ ଯଦି ଏଭଳି କାଣ୍ଡ କରିଥାନ୍ତି, ତେବେ ଏତେବେଳକୁ ଜେଲରେ ଥାନ୍ତି । ଯଦି ଯୁବତୀଙ୍କୁ ଗିରଫ କରାନଯାଏ, ତେବେ ସେ ହାଇକୋର୍ଟକୁ ଯିବେ ବୋଲି କହିଛନ୍ତି ସହାଦତ ।

ଏକ ସାକ୍ଷାତକାରରେ ସହାଦତ କହିଛନ୍ତି ଯେ, ଥପ୍ପଡ୍ ଗାର୍ଲଙ୍କ ସହ ବୁଝାମଣା କରିବାକୁ ସେ ପ୍ରସ୍ତୁତ ନାହାନ୍ତି । ସମାଜରେ ତାଙ୍କର ସମ୍ମାନ ହାନୀ ହେବା ସହ ତାଙ୍କର ଇଜ୍ଜତ ବୋଲି କିଛି ରହିଲା ନାହିଁ । ମହିଳାଙ୍କୁ ସମ୍ମାନ ଦେବାକୁ ଯାଇ ସେ ୩୦ ଥପ୍ପଡ ଖାଇବାକୁ ପ୍ରସ୍ତୁତ । ଯୁବତୀ ଜଣଙ୍କୁ ସେ ପୂର୍ବରୁ ଜାଣିନଥିଲେ । ସେ ଯାହା ବି ଅଭିଯୋଗ ଆଣିଛନ୍ତି ସେସବୁ ଭୁଲ୍ । ଉକ୍ତ ଯୁବତୀ ଜଣଙ୍କ ଭୁଲ୍ କରିଛନ୍ତି, ତେଣୁ ତାଙ୍କୁ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି ସହାଦତ । ଉକ୍ତ ଘଟଣା ପରେ ଥପ୍ପଡ୍ ଗାର୍ଡ ପ୍ରିୟଦର୍ଶିନୀ ଯାଦବ ଘଟଣାର ସମାଧାନ କରିବାକୁ ଚାହାନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ପୋଲିସ ଯଦି ନିଜର କାର୍ଯ୍ୟ ଠିକରେ କରୁଥାନ୍ତା, ତେବେ ସେ ଆଜି ଥପ୍ପଡ୍ ଗାର୍ଡ ହୋଇନଥାନ୍ତେ ବୋଲି କହିଛନ୍ତି ପ୍ରିୟଦର୍ଶିନୀ ।

Get real time updates directly on you device, subscribe now.