fbpx

ପତାକା ଉଡ଼ାଇବା ବେଳେ ଆପଣ କରୁନାହାନ୍ତି ତ ଏହାର ଅପମାନ, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୭୫ ତମ ସ୍ୱାଧାନତା ଦିବସ । ତେଣୁ ସୁରକ୍ଷା ବ୍ୟବସ୍ଥା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ହୋଇଛି ।  ଦେଶର ଲାଲକିଲ୍ଲାରେ ତିରଙ୍ଗା ପତାକା ଉଡିବା  ଅନ୍ୟାନ୍ୟ ସରକାରୀ ସଂସ୍ଥାନ, ସ୍କୁଲ୍ ଏବଂ କଲେଜ୍ ମାନଙ୍କରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ତେବେ ତିରଙ୍ଗା ପତାକା ଉଡ଼ାଇବାର ଏକ ସ୍ୱତନ୍ତ୍ର ନିୟମକାନୁନ୍ ରହିଛି । ଯାହାକୁ ନାଗରିକ ମାନେ ସଠିକ୍ ଭାବରେ ଜାଣିବା ଦରକାର । ଆଉ ଯଦି କିଏ ଏହି ନିୟମର ଉଲଙ୍ଘନ କରୁଛି । ତେବେ ଆଇନ ଅନୁସାରେ ତିନିବର୍ଷ ଜେଲ୍ ହୋଇପାରେ ।

ଇଣ୍ଡିଆନ୍ ଫ୍ଲାଗ୍ କୋଡ୍ କୁ ଜାନୁଆରୀ ୨୬ ତାରିଖ ୨୦୦୨ ମସିହାରେ ସଂଶୋଧନ କରାଯାଇଥିଲା । ଯେଉଁଥରେ କୌଣସି ବି ନାଗରିକ ଯେଉଁ ଦିନ ଚାହିଁବେ ନିଜର ଘର, କାର୍ଯ୍ୟାଳୟ ଏବଂ କାରଖାନାରେ ତିରଙ୍ଗା ପତାକା ଉଡ଼ାଇ ପାରିବେ । ନିୟମାନୁସାରେ, ପତାକା ସର୍ବଦା କଟନ୍, ସିଲ୍କ ଅଥବା ଖଦିର ହେବା ଦରକାର । ଏହାର ଆକାର ଆୟତାକାର ହେବା ଜରୁରୀ । ଏଥିସହିତ ଏହାର ଲମ୍ବା ଏବଂ ଚଉଡ଼ାର ଅନୁପାତ ୩:୨ ହେବା ଆବଶ୍ୟକ ।

ଚାଲନ୍ତୁ କଣ ରହିଛି ନିୟମ 

୧. ତିରଙ୍ଗାକୁ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ମଧ୍ୟରେ ଉଡ଼ାଯାଇପାରିବ ।

୨. ଏହାକୁ କେବେ ବି ମାଟିରେ ରଖାଯାଇପାରିବ ନାହିଁ ।

୩. ପତାକାକୁ କେବେ ବି ନୂଆଁଇ ରଖାଯାଇପାରିବ ନାହିଁ ।

୪. ପତାକାକୁ ପାଣିରେ ବୁଡାଯାଇପାରିବ ନାହିଁ ।

୫. ଏହାକୁ କୌଣସି ପ୍ରକାରେ ବି କ୍ଷତି ବା ନଷ୍ଟ କରାଯାଇପାରିବେ ନାହିଁ ।

୬. ପତାକାର କୌଣସି ଭାଗ ଜଳିଲେ କିମ୍ବା କ୍ଷତି ପହଞ୍ଚିଲେ ଏହାକୁ ଅପମାନ ବୋଲି ଧରାଯାଇଥାଏ । ଏଥିପାଇଁ ଜେଲ୍ ମଧ୍ୟ ହୋଇପାରେ ।

୭. ସହୀଦ୍ ଆର୍ମିର ଯବାନ ମାନଙ୍କ ବ୍ୟତୀତ ଆଉ କୌଣସି ବି ବ୍ୟକ୍ତିଙ୍କର ମୃତ ଦେହରେ ତିରଙ୍ଗା ପତାକା ଘୋଡ଼ାଯାଇପାରିବ ନାହିଁ ।

Get real time updates directly on you device, subscribe now.