fbpx

ଏହିଭଳି ଭାବରେ ଖାଆନ୍ତୁ ଜିରା, ପାନ ମଧୁରୀ, ହଳଦୀ ପାଉଡର; ବଢ଼ାନ୍ତୁ ଇମ୍ୟୁନିଟି ଶକ୍ତିି

ନୂଆଦିଲ୍ଲୀ: କରୋନା ମହାମାରୀର ଭୟାଭବତା କମିନାହିଁ । ଏପରି ପରିସ୍ଥିତିରେ ହାତ ଧୋଇବା, ମାସ୍କ ପିନ୍ଧିବା ଭଳି କୋଭିଡ ନିୟମ ମାନିବା ଜରୁରୀ । ଏହା ସହ ନିଜେ ମଧ୍ୟ ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ମଧ୍ୟ ଜରୁରୀ । କୋଭିଡ ସମୟରେ ନିଜକୁ ସୁସ୍ଥ ରଖିବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇବା ଜରୁରୀ । ତେବେ ଆଜି ଆମେ ଆପଣଙ୍କୁ ଏକ ଏଭଳି ସହଜ ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିପାରିବେ । ତାହା ହେଉଛି ହଳଦୀ, ଜିରା ଏବଂ ପାନ ମଧୁରୀ ମିଶ୍ରଣରେ ତିଆରି ଏକ ପାଉଡର ।

ପ୍ରସ୍ତୁତି ସାମଗ୍ରୀ:

ହଳଦୀ ପାଉଡର, ପାନ ମଧୁରୀ, ଜିରା, ଜୁଆଣୀ, ଧନିଆ ମଞ୍ଜି, ୨ ଟି ଲବଙ୍ଗ ଏବଂ ଅଦା ପାଉଡର ।

ଜାଣନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ?
ପ୍ରଥମେ ଅଧା ଚାମଚ ମଧୁରୀ, ୧/୪ ଚାମଚ ଜିରା, ୧/୪ ଚାମଚ ଜୁଆଣୀ, ୧/୪ ଚାମଚ ଧନିଆ ମଞ୍ଜି ଏକ ପ୍ୟାନରେ ନିଅନ୍ତୁ । ଏହାକୁ ୭ରୁ ୧୦ ମିନିଟ ଧରି ଭାଜନ୍ତୁ । ଏହା ପରେ ତାକୁ ଥଣ୍ଡା କରନ୍ତୁ । ଏହାପରେ ଏହାକୁ ଏକ ମିକ୍ସର ସାହାଯ୍ୟରେ ପାଉଡର କରନ୍ତୁ । ଏବେ ଏଥିରେ ୧/୪ ଚାମଚ ହଳଦୀ ପାଉଡର ଏବଂ ୧/୪ ଚାମଚ ଅଦା ପାଉଡର ମିଶାନ୍ତୁ । ଏହି ସବୁକୁ ଭଲଭାବରେ ମିଶାନ୍ତୁ ଏବଂ ଏହାକୁ ଏକ ଜାରରେ ରଖନ୍ତୁ । ପ୍ରତିଦିନ ଶୋଇବା ପୂର୍ବରୁ ଏହି ପାଉଡରରୁ ଅଧାଚାମଚ ପାଉଡର ନଖଉଷୁମ ପାଣିରେ ପିଅନ୍ତୁ ।

ଜାଣନ୍ତୁ ଏହାର ଫାଇଦା:

ଜୁଆଣୀ ଏବଂ ଜିରା: ଜୁଆଣୀ ଏବଂ ଜିରା ପାଚନ ତନ୍ତ୍ର ପାଇଁ ଭଲ ହୋଇଥାଏ ଏବଂ ଏହା ଇମ୍ୟୁନିଟିକୁ ବଢ଼ାଇବାରେ ସାହଯ୍ୟ କରିଥାଏ ।

ହଳଦୀ: ହଳଦୀ ଏକ ଭଲ ଆଣ୍ଡିସେପ୍ଟିକ ଭାବେ କାମ କରେ । ଏହା ଶରୀରରେ ଆଣ୍ଡିଅକ୍ସିଡାଣ୍ଟ କ୍ଷମତାକୁ ବୃଦ୍ଧି କରିଥାଏ ଏବଂ ଅନେକ ପ୍ରକାର ସଂକ୍ରମଣଠାରୁ ରକ୍ଷା କରେ ।

ଲବଙ୍ଗ ଏବଂ ପାନ ମଧ୍ୁରୀ: ଲବଙ୍ଗ ଏବଂ ପାନ ମଧ୍ୁରୀ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିଥାନ୍ତି । ଯଦି ଆପଣଙ୍କ ପାଚନ ପ୍ରକିୟା ସୁସ୍ଥ ଅଛି ତେବେ ଆପଣ କୌଣସି ସଂକ୍ରମଣଠାରୁ ରକ୍ଷାପାଇପାରିବେ ।

ଅଦା ପାଉଡର: ଅଦା ପାଉଡରରେ ଜିଞ୍ଜରଲ ଥାଏ, ଯେଉଁଥିରେ ଔଷଧୀୟ ଗୁଣ ରହିଛି । ଏହା ବ୍ଲଡ ସୁଗାର କମ୍ କରିବାରେ ସାହଯ୍ୟ କରିଥାଏ ।

Get real time updates directly on you device, subscribe now.