fbpx

ପ୍ରତି ମାସରେ ମିଳିବ ୪୦ ହଜାରରୁ ଅଧିକ ଲାଭ, କରିପାରିବେ ଏହି ବିଜନେସ

ନୂଆଦିଲ୍ଳୀ: ବର୍ତ୍ତମାନ କୋଭିଡ ଯୋଗୁଁ ଅନେକ ଲୋକ ଚାକିରି ଚାଲିଯିବାକୁ ନେଇ ଚିନ୍ତିତ ଅଛନ୍ତି । ଏମିତି ପରିସ୍ଥିତିରେ ନିଜେ କୌଣସି ବିଜନେସ କରିବାକୁ ଚାହୁଥାନ୍ତି ତା’ ହେଲେ ଆଜି ଆମେ ଆପଣଙ୍କୁ ଏକ ଖାସ ବିଜନେସ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣ କମ୍ ଖର୍ଚ୍ଚରେ ମଧ୍ୟ ଅଧିକ ଲାଭ ପାଇପାରିବେ । ଆମେ କହୁଛୁ ବିସ୍କୁଟ କଥା, ବିସ୍କୁଟ ହେଉଛି ଏମିତି ସାମଗ୍ରୀ ଯାହାର ସବୁବେଳେ ଚାହିଦା ଥାଏ । କେବେବି ଏହାର ଚାହିଦା କମିନଥାଏ । ଲକଡାଉନ ସମୟରେ ଯେତେବେଳେ ଅଧିକାଂଶ ଉଦ୍ୟୋଗ ବନ୍ଦ ରହିଥିଲା ସେତେବେଳେ ପାର୍ଲେ ଜି ଭଳି ବିସ୍କୁଟର ଅଧିକ ବ୍ରିକ୍ରି ହୋଇଥିଲା ଏମିତିକି ବିକ୍ରିରେ ଏହାର ୮୨ ବର୍ଷର ରେକର୍ଡ ଭାଙ୍ଗିଥିଲା । ଏମିତିରେ ବେକରୀ ପ୍ରୋଡକ୍ଟ ବନାଇବା ଏକ ଭଲ ବିକଳ୍ପ ହୋଇପାରେ ।

ଯଦି ଆପଣ ବେକରୀ ଇଣ୍ଡଷ୍ଟ୍ରୀ ଖୋଲିବାକୁ ଚାହୁଁଛନ୍ତି ଏଥିପାଇଁ ସରକାର ଯୋଜାନା ମଧ୍ୟ ରହିଛି । ମୁଦ୍ରା ଯୋଜନାରେ ବିଜନେସ ଆରମ୍ଭ କରିବା ପାଇଁ ଆପଣଙ୍କୁ କେବଳ ୧ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ । ଏହାର ସମସ୍ତ ଖର୍ଚ୍ଚ ୮୦ ପ୍ରତିଶତ ପର୍ଯ୍ୟନ୍ତ ଫଣ୍ଡ ସାହାଯ୍ୟରେ ସରକାରଙ୍କ ତରଫରୁ ମିଳିଯିବ । ଏଥିପାଇଁ ସରକାର ନିଜେ ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଛନ୍ତି । ସରକାର ଯେଉଁ ବିଜନେସ ଷ୍ଟ୍ରକ୍ଚରିଂ କରିଛନ୍ତି ସେହି ହିସାବରେ ଆପଣଙ୍କ ସବୁ ଖର୍ଚ୍ଚ ପରେ ପ୍ରତିମାସ ୪୦ ହଜାରରୁ ଅଧିକ ଲାଭ ହେବ ।

ପ୍ରୋଜେକ୍ଟ ଆରମ୍ଭ ପାଇଁ ଏଥିରେ ସମୁଦାୟ ଖର୍ଚ୍ଚ ୫.୩୬ ଲକ୍ଷ ରହିଛି ଯେଉଁଥିରେ ଆପଣଙ୍କୁ ନିଜେ କେବଳ ୧ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ । ମୁଦ୍ରା ଯୋଜନା ଅନୁଯାୟୀ ଆପଣଙ୍କ ସିଲେକ୍ସନ ହେଲେ ବ୍ୟାଙ୍କରୁ ଟର୍ମ ଲୋନ ବାବଦକୁ ୨.୮୭ ଲକ୍ଷ ଟଙ୍କା ଏବଂ ବ୍ୟାଙ୍କ୍ କ୍ୟାପିଟାଲ ଲୋନ୍ ଭାବେ ୧.୪୯ ଲକ୍ଷ ମିଳିବ । ପ୍ରୋଜେକ୍ଟ ଅନୁଯାୟୀ ଆପଣଙ୍କ ପାଖରେ ୫୦୦ ବର୍ଗଫୁଟର ନିଜ ଜାଗା ଥିବା ଦରକାର । ଯଦି ନାହିଁ ଆପଣ ଭଡ଼ାରେ ଜାଗା ନେଇପାରିବେ ଏବଂ ପ୍ରୋଜେକ୍ଟ ଫାଇଲରେ ଦେଖାଇବାକୁ ହେବ ।

ସରକାର ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ସେହି ହିସାବରେ ୫.୩୬ ଲକ୍ଷ ଟଙ୍କାରେ ପ୍ରତିବର୍ଷ ଉତ୍ପାଦନ ଏବଂ ବିକ୍ରିର ଅନୁମାନ କିଛି ଏଭଳି ଭାବରେ ଲଗାଯାଇପାରେ ।

୪.୨୬ ଲକ୍ଷ ଟଙ୍କା: ପୁରା ବର୍ଷର ଉତ୍ପାଦନ ଖର୍ଚ୍ଚ

୨୦.୩୮ ଲକ୍ଷ ଟଙ୍କା: ପୁରା ବର୍ଷରେ ଯେତିକି ଉତ୍ପାଦନ ହେବ ଏହାକୁ ବିକ୍ରି କଲେ ୨୦.୩୮ ଲକ୍ଷ ଟଙ୍କା ମିଳିବ । ସୂଚନାଯୋଗ୍ୟ, ବେକରୀ ପ୍ରୋଡକ୍ଟର ବିକ୍ରି ଦାମ ମାର୍କେଟରେ ମିଳୁଥିବା ଅନ୍ୟ ସାମଗ୍ରୀର ରେଟ ଆଧାରରେ କିଛି କମ୍ କରି ତିଆରି କରାଯାଇଛି ।

୬.୧୨ ଲକ୍ଷ ଟଙ୍କା: ଗ୍ରସ ଅପରେଟିଂ ପ୍ରଫିଟ

୭୦ ହଜାର: ଆଡମିନିଷ୍ଟ୍ରେସନ ଏବଂ ସେଲ୍ସ ଖର୍ଚ୍ଚ

୬୦ ହଜାର: ବ୍ୟାଙ୍କ ଲୋନ ଏବଂ ସୁଧ

୬୦ ହଜାର : ଅନ୍ୟ ଖର୍ଚ୍ଚ

ନେଟ ପ୍ରଫିଟ: ୪.୨ ଲକ୍ଷ ଟଙ୍କା ପ୍ରତିବର୍ଷ

କେମିତି କରିବେ ଲୋନ ପାଇଁ ଆବେଦନ:

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ପାଇଁ ଆପଣ ଯେକୌଣସି ବ୍ୟାଙ୍କରେ ଆବେଦନ କରିପାରିବେ । ବ୍ୟାଙ୍କରେ ଆପଣଙ୍କୁ ଯେଉଁସବୁ ବିବରଣୀ ଦେବାକୁ ହେବ ସେଗୁଡ଼ିକ ହେଲା ନାମ, ଠିକଣା, ବ୍ୟବସାୟ ଠିକଣା, ଶିକ୍ଷା, ସାମ୍ପ୍ରତିକ ଆୟ ଏବଂ କେତେ ଋଣ ଆବଶ୍ୟକ । ଏଥିରେ କୌଣସି ପ୍ରକାର ପ୍ରୋସେସିଂ ଚାର୍ଜ କିମ୍ବା ଗ୍ୟାରେଣ୍ଟି ଫି ଦେବାକୁ ପଡ଼ିବ ନାହିଁ । ଲୋନ ରାଶି ୫ ବର୍ଷ ମଧ୍ୟରେ ଫେରାଇ ପାରିବେ ।

Get real time updates directly on you device, subscribe now.