fbpx

Google ଆଣୁଛି ଏକ ନୂଆ ଫିଚର୍, ହଜିଥିବା Android ସ୍ମାର୍ଟଫୋନ୍ ଓ କାର୍ ମିଳିଯିବ ୨ ମିନିଟରେ

ନୂଆଦିଲ୍ଲୀ: ଗୁଗଲ ଖୁବଶୀଘ୍ର ଆଣିବାକୁ ଯାଉଛି ଏକ ନୂଆ ଫିଚର । ଏହି ନୂଆ ଫିଚର ଦ୍ୱାରା ୟୁଜର୍ସ ଅନ୍ୟ ସ୍ମାର୍ଟଫୋନ ଦ୍ୱାରା ହଜିଥିବା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଓ କାର୍ ଖୋଜି ପାରିବେ । ଗୁଗଲ ‘ଫାଇଣ୍ଡ୍ ମାଇ ଡିଭାଇସ୍’ ଇକୋସିଷ୍ଟମରେ ଏକ ନୂଆ ଫିଚର ଯୋଡ଼ିବାକୁ ପ୍ଲାନିଂ କରୁଛି । ଅନ୍ୟ ସ୍ମାର୍ଟଫୋନ୍ ସହାୟତାରେ ହଜିଯାଇଥିବା ସ୍ମାର୍ଟଫୋନ ଖୋଜିବାକୁ ନେଇ ଏକ ନୂଆ ଫିଚର ଉପରେ ଗୁଗୁଲ ପ୍ରସ୍ତୁତି ଚଳାଇଛି । ଏଥିସହିତ ନୂଆ ଆଣ୍ଡ୍ରଏଡ୍ ଅଟୋ ଇନଫୋଟେନମେଣ୍ଟ ଦ୍ୱାରା ହଜିଥିବା କାରକୁ ମଧ୍ୟ ପାଇହେବ ବୋଲି କୁହାଯାଇଛି ।

ଏହି ନୂଆ ଫିଚର ସହିତ ଗୁଗଲ ଆଉ ଏକ ନୂଆ ଟେକନିକ୍ ଆଣିବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି । ଜଣାପଡ଼ିଛି ଯେ, ଏହି ଫିଚର ଦ୍ୱାରା ଆପଣ କେବଳ ହଜିଥିବା କାର ବା ଟ୍ରକକୁ ଟ୍ରାକ କରିପାରିବେ ତା’ ନୁହେଁ, ଆପଣ ନିଜର ଗୁଗଲ ଆକାଉଣ୍ଟକୁ ସମସ୍ତ ପ୍ରକାର ଅଣପଞ୍ଜୀକୃତ ଆକ୍ସେସରୁ ମଧ୍ୟ ମୁକ୍ତ କରିପାରିବେ । ତେବେ ନୂଆ ଫିଚର ଆସିବ ବୋଲି ଜଣାପଡ଼ିଥିଲେ ହେଁ କେବେ ଆସିବ ସେନେଇ କିଛି ଘୋଷଣା କରାଯାଇନାହିଁ । ଗୁଗଲର ଏହି ଫିଚର ଆପଲର ‘ଫାଇଣ୍ଡ ମାଇ’ ନେଟୱାର୍କ ପରି କାର୍ଯ୍ୟ କରିବ । ‘ଫାଇଣ୍ଡ ମାଇ’ ଆପ୍ ମାଧ୍ୟମରେ ଆପଣ ଆପଲ ଡିଭାଇସକୁ ଖୋଜିପାରିବେ ଯାହା ଆପଲ ଆଇଡି ସହିତ ଲଗ୍ ଇନ୍ ହୋଇଥିବ ।

Get real time updates directly on you device, subscribe now.