fbpx

ପାକିସ୍ତାନର କରାଚୀରେ ଗ୍ରେନେଡ ମାଡ଼, ଚାରି ଶିଶୁ ସମେତ ୧୦ ମୃତ

ଶନିବାର ପାକିସ୍ତାନର ସ୍ୱତନ୍ତ୍ରତା ଦିବସ ଥିବାବେଳେ କରାଚୀ ଠାରେ ହୋଇଛି ଗ୍ରେନେଡ ମାଡ଼ । ଏହି ଗ୍ରେନେଡ ଆକ୍ରମଣ କରାଚୀ ସହରର ବଳଦିୟା ଟାଉନର ମାୱାଚ ଗୋଥ ଅଞ୍ଚଳ ନିକଟରେ ଏକ ଟ୍ରକ ଉପରକୁ ହୋଇଥିଲା । ଏଥିରେ ଚାରି ଜଣ ଶିଶୁଙ୍କୁ ସହ ୧୦ ଜଣଙ୍କର ମୃତ୍ୟୁ ହୋଇଛି, ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଦୁର୍ବୁତ୍ତ ବାଇକରେ ଆସି ଟ୍ରକ ଉପରକୁ ବୋମାମାଡ଼ କରିଥିବାନେଇ ରିପୋର୍ଟ ପ୍ରକାଶିତ ହୋଇଛି ।

ଅତିରିକ୍ତ ପୋଲିସ ସର୍ଜନ ଡା. କରର ଅବ୍ବାସୀ କହିଛନ୍ତି ୧୦ ଶବକୁ ଡା. ଋଥ ପଫୋ ସିଭିଲ ହସ୍ପିଟାଲ ଅଣାଯାଇଛି । ପୀଡିତାମାନଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ୪ ଶିଶୁ ଅଛନ୍ତି । ଚାରି ଜଣ ଶିଶୁଙ୍କ ବୟସ ୧୦ରୁ ୧୨ ବର୍ଷ ହୋଇଥିବା ସୂଚନା ।

Get real time updates directly on you device, subscribe now.