fbpx

ତାଲିବାନ୍ ହାତକୁ ଗଲା ରାଜଧାନୀ କାବୁଲ!

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ମାନେ ଆତଙ୍କ ଖେଳାଇ ଚାଲିଛନ୍ତି । ଦିନକୁ ଦିନ ସେମାନଙ୍କ ଅତ୍ୟାଚାର ନିରୀହ ଲୋକଙ୍କ ଉପରେ ବୃଦ୍ଧି ପାଇବାରେ ଲାଗିଛି । ଦେଶର ଅଧିକାଂଶ ପ୍ରଦେଶରେ ତାଲିବାନ ମାନେ କାବୁ କରିନେଇଥିବା ବେଳେ ଏବେ ରାଜଧାନୀ କାବୁଲ ଉପରେ ମଧ୍ୟ ତାଲିବାନ ମାନେ କବଜା କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜି ସକାଳେ ହିଁ ସେମାନେ ଜଲାଲାବାଦ୍ ଉପରେ କବଜା କରିଛନ୍ତି । ଏହାପରେ କାବୁଲ ଉପରେ ବିପଦ ଆହୁରି ବଢ଼ିଯାଇଛି । ବର୍ତ୍ତମାନ ଚାରିପଟୁ ତାଲିବାନୀ ମାନେ ଘେରି ରହିଛନ୍ତି ।

ତାଲିବାନୀ ମାନେ ଆଫଗାନିସ୍ତାନର କଳାକନ୍, କାରାବାଘ ଏବଂ ପଝମନ୍ ଜିଲ୍ଲାରେ ପଶିଯାଇଚନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଲିବାନୀ ମାନେ କାବୁଲରେ ପଶିଥିବା କଥା ଘୋଷଣା କରିନାହାନ୍ତି । ହେଲେ ରବିବାର ଦିନ ହେଲିକ୍ୟାପ୍ଟର୍ ବୁଲିବା ପରେ ସରକାରୀ ଅଫିସ୍ ମାନେ ଅଚାନକ କର୍ମଚାରୀ ମାନଙ୍କୁ ଶୀଘ୍ର ଘରକୁ ଯିବା ପାଇଁ ପଠାଇବା ଆରମ୍ଭ କରିଦେଇଥିଲେ । ତେବେ ତାଲିବାନ ମାନେ କହିଛନ୍ତି ଯେ, ସେମାନେ କାବୁଲ ଦଖଲ କରିବା ପାଇଁ କୌଣସି ରକ୍ତପାତ କରିବୁନାହିଁ । କୌଣସି ସାଧାରଣ ଲୋକଙ୍କୁ ମୃତାହତ ହେବାକୁ ଦେବୁ ନାହିଁ ।

ହେଲେ କାବୁଲଠୁ କିଛି କିମି ଦୂରରେ ଥିବା ବଡ଼ ସହର ଜଲାଲାବାଦ୍ ଉପରେ କବଜା କରିସାରିଥିଲେ । ଜଲାଲାବାଦ୍ ଯିବା ପରେ ଏବେ ଆଫଗାନିସ୍ତାନ ପାଖରେ କାବୁଲ ସମେତ ୬ ପ୍ରାନ୍ତୀୟ ରାଜଧାନୀ ଗୁଡ଼ିକ ହିଁ ରହିଛି, ଯେଉଁ ସବୁ ଉପରେ କାବୁଲର କବଜା ନାହିଁ । ତେବେ ଆଫଗାନିସ୍ତାନ ରେ ମୋଟ ୩୪ ପ୍ରଦେଶ ରହିଛି ।

Get real time updates directly on you device, subscribe now.