fbpx

ତାଲିବାନମାନଙ୍କ ପାଖକୁ କେଉଁଠୁ ଆସୁଛି ଏତେ ଟଙ୍କା ଓ ପାୱାର୍? ଏହି ଦେଶ ଦେଉଛି ଅସ୍ତ୍ରଶସ୍ତ୍ର-ଟ୍ରେନିଂ ଓ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ତାଲିବାନ ଖୁବ୍ କମ୍ ଦିନ ମଧ୍ୟରେ ଆଫଗାନିସ୍ତାନ୍ ଉପରେ କବଜା କରିସାରିଛନ୍ତି । ଗତକାଲି ସେମାନେ ରାଜଧାନୀ କାବୁଲକୁ ମଧ୍ୟ ନିଜର ଅକ୍ତିଆର୍ କୁ ନେଇ ଯାଇଛନ୍ତି । ଇତି ମଧ୍ୟରେ ଆଉ ଏକ ଖବର ଶୁଣିବାକୁ ମିଳିଥିଲା । ରାଷ୍ଟ୍ରପତି ଅଶରଫ ଘନି ଏବଂ ତାଙ୍କ ସହଯୋଗୀ ମାନେ ମଧ୍ୟ ରାତାରାତି ଦେଶ ଛାଡ଼ି ମଧ୍ୟ ଚାଲିଯାଇଛନ୍ତି । ଯଦ୍ୱାରା ଆଫଗାନିସ୍ତାନ, ତାଲିବାନ ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଅଧିକୃତ ହୋଇସାରିଛି । ହେଲେ ଆପଣ ମାନେ ଜାଣିଛନ୍ତି କି ତାଲିବାନ ମାନଙ୍କ ପାଖକୁ ଏତେ ମାତ୍ରାରେ କ୍ଷମତା ଏବଂ ଟଙ୍କା ଆସୁଛି କେଉଁ ଠାରୁ ? ସେମାନଙ୍କ ପାଖରେ ଏବେ କେତେ ଟଙ୍କା ରହିଛି ? ଏ ସମ୍ପର୍କରେ କେହି ବି ଜାଣିନାହାନ୍ତି କହିଲେ ଚଳେ ।

କେଉଁଠୁ ଆସେ ଏତେ ଟଙ୍କା?

ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ତାଲିବାନ ମାନଙ୍କ ପାଖରେ ୧.୬ ବିଲିୟନ୍ ଡଲାର୍ ରହିଛି । ୧୦ ବର୍ଷ ତଳେ ତାଲିବାନ ମାନଙ୍କ ପାଖରେ ୩୦୦ ମିଲିୟନ୍ ଡଲାର୍ ରହିଥିଲା । ଯାହା ଏବେ ୫ ଗୁଣା ବଢ଼ିଯାଇଛି । ଭଏସ୍ ଅଫ୍ ଆମେରିକାର ଖବର ଅନୁଯାୟୀ, ଜୁନ୍ ୨୦୨୧ ର ଜାତିସଂଘର ଏହି ରିପୋର୍ଟରେ କୁହାଯାଇଛି ଯେ ତାଲିବାନ ଅପରାଧିକ କାର୍ୟ୍ୟକଳାପ ମାଧ୍ୟମରେ ଏହି କୋଟି କୋଟି ଟଙ୍କା ରୋଜଗାର କରିଥାଏ। ଏଥିରେ ଅଫିମ୍ ଉତ୍ପାଦନ, ଡ୍ରଗ୍ ତସ୍କରୀ, ଚୋରୀ, ଲୁଟ୍ ଭଳି କାର୍ଯ୍ୟକଳାପ ସାମିଲ୍ ରହିଛି । ଗତ ବର୍ଷ ତାଲିବାନ ଡ୍ରଗ୍ ଚୋରା କାରବାରରୁ ୪୬୦ ନିୟୁତ ଡଲାର (୩୪ ବିଲିୟନ ଟଙ୍କା) ରୋଜଗାର କରିଥିଲା। ଏହା ବ୍ୟତୀତ ସେ ବେଆଇନ ଖଣିରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି ।

ଋଷ, ପାକ୍-ଇରାନ୍ କରନ୍ତି ସାହାଯ୍ୟ

ଋଷ ଏବଂ ଆମେରିକାର ଶୀତଳ ଯୁଦ୍ଧର ଶିକାର ହୋଇଥିବା ଆଫଗାନିସ୍ତାନ, ତାଲିବାନ୍ ହାତରେ ବବାର୍ଦ ହେବାରେ ତିନି ଦେଶର ନାମ ସାମନାକୁ ଆସିଛି । ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ଋଷ କେବଳ ତାଲିବାନକୁ ଟଙ୍କା ଏବଂ ଅସ୍ତ୍ର ଦେଇନାହିଁ, ବରଂ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାର ତାଲିମ ମଧ୍ୟ ଦେଇଛି । ଆଫଗାନିସ୍ତାନରେ ଆମେରିକାର ସେନାର କମାଣ୍ଡର ଥିବା ଜେନେରାଲ ଜନ୍ ନିକୋଲସନ ମସ୍କୋରେ ଏନେଇ ଖୋଲାଖୋଲି ଭାବରେ ଅଭିଯୋଗ ମଧ୍ୟ କରିଥିଲେ । ଏଭଳି ପରିସ୍ଥିତିରେ ତାଲିବାନ କିପରି ବ୍ୟାପକ ପରିମାଣରେ ଯୁଦ୍ଧବିମାନ ନିଯୁକ୍ତି ଏବଂ ତାଲିମ ଦେବାରେ ସକ୍ଷମ ହୋଇଥିଲା ତାହା ସ୍ପଷ୍ଟ ହୋଇଛି। ଏଥି ସହିତ ଅନ୍ୟ କେତେକ ବିଶ୍ଳେଷକ କହିଛନ୍ତି ଯେ ତାଲିବାନ ମଧ୍ୟ ପାକିସ୍ତାନ ଏବଂ ଇରାନରୁ ଆର୍ଥିକ ସହାୟତା ପାଇଥାଏ।

ସମର୍ଥକ ଓ ବିଭିନ୍ନ ଫାଉଣ୍ଡେସନ୍ ମଧ୍ୟ ଦିଅନ୍ତି ପୁଳାପୁଳା ଅର୍ଥ

ତାଲିବାନ ନେତା ମାନଙ୍କୁ ଡୋନେସନ୍ ଆକାରରେ ଢ଼େର୍ ଟଙ୍କା ମିଳିଥାଏ । ଏଥିରେ ସେମାନଙ୍କ ଧନୀ ସମର୍ଥକ ଏବଂ କିଛି ଫାଉଣ୍ଡେସନ୍ ସାମିଲ୍ ରହିଛନ୍ତି । ଯେଉଁ ମାନେ ଏହି ଆତଙ୍କୀ ମାନଙ୍କୁ ଆତଙ୍କ ଖେଳାଇବାରେ ସାହାଯ୍ୟ କରନ୍ତି । ପ୍ରତିବର୍ଷ କୋଟି କୋଟି ଟଙ୍କା ହାତେଇଥାଆନ୍ତି ତାଲିବାନ । ୟୁଏନ୍ ବା ଜାତି ସଂଘ ଏମାନଙ୍କୁ ଅଣ-ସରକାରୀ ଚାରିଟେବୁଲ୍ ଫାଉଣ୍ଡେସନ୍ ନେଟୱାର୍କ ଭାବେ ନାମକରଣ କରିଥାଏ ।

ବିଶ୍ୱ ବ୍ୟାଙ୍କର ଆକଳନ ଅନୁସାରେ, ୨୦୧୮ ରେ ଅଫଗାନ୍ ସରକାର ୧୧ ବିଲିୟନ୍ ଡଲାର୍(୮ ବିଲିୟନ୍ ଟଙ୍କା) ଖର୍ଚ୍ଚ କରିଥିଲା । ଯେଉଁଥିରୁ ୮୦ ପ୍ରତିଶତ ଟଙ୍କା ବିଦେଶୀ ସୁତ୍ରରୁ ଆସିଥିଲା । ଅର୍ଥାତ୍ ଅଫଗାନ୍ ମାନଙ୍କ ପାଖରେ ମାତ୍ର ୨ ବିଲିୟନ୍ ଟଙ୍କା ରହିଥିଲା । କିନ୍ତୁ ତାଲିବାନ ମାନେ ଗୋଟିଏ ବର୍ଷରେ ସର୍ବାଧିକ ୧.୨୫ ଟ୍ରିଲିୟନ୍ ଟଙ୍କା ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.