fbpx

ଗୁଳିମାଡ଼ ପରେ କାବୁଲ ଏୟାରପୋର୍ଟରେ ଆତଙ୍କ, ଭାରତ ଅଧ୍ୟକ୍ଷତାରେ ଜାତିସଂଘର ଜରୁରୀକାଳୀନ ବୈଠକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ବର୍ତ୍ତମାନ ତାଲିବାନ ମାନେ ହୁକୁମ ଚଳାଇବା ଆରମ୍ଭ କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ, ଦେଶରେ ଅରାଜକତାକୁ ରୋକିବା ପାଇଁ କାବୁଲରେ ପଶିଛନ୍ତି । ସେପଟେ ରାଷ୍ଟ୍ରପତି ଅଶରଫ ଘନି ମଧ୍ୟ ଦେଶ ଛାଡ଼ି ଦେଇଛନ୍ତି । ତାଙ୍କ ବ୍ୟତୀତ ଅନେକ ସାଂସଦ ମାନେ ମଧ୍ୟ ରାତାରାତି ଦେଶରୁ ପଳାୟନ କରିଛନ୍ତି । ସେହିପରି ତାଲିବାନ ମାନଙ୍କ ଡରରେ ଲୋକମାନେ ଅଫଗାନ୍ ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି । ଯାହାର ଝଲକ କାବୁଲ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଜନ୍ଦା ପିମ୍ପୁଡ଼ି ପରି ଲୋକ ମାନେ ଏୟାରପୋର୍ଟରେ ଭିଡ଼ ଜମାଇଛନ୍ତି ।

ଏଥିମଧ୍ୟରେ କାବୁଲ ଏୟାରପୋର୍ଟରେ ଫାୟାରିଂ ହୋଇଥିବା ଖବର ସାମନାକୁ ଆସିଛି । ହେଲେ ଏଥିରେ କୌଣସି ଲୋକଙ୍କ ଜୀବନହାନି ହୋଇନାହିଁ । ହେଲେ ଯେଉଁ ଭଳି ଭାବରେ ଲୋକ ମାନେ ଦୌଡ଼ିବାକୁ ଲାଗିଥିଲେ ସେଥିରେ କିଛି ଲୋକ ଆହତ ହୋଇଥିବା ଖବର ଆସୁଛି । କିନ୍ତୁ କାବୁଲ ଏୟାରପୋର୍ଟକୁ ଆମେରିକା ନିଜର କବଜାକୁ ନେଇ ଯାଇଛନ୍ତି । ସୋସିଆଲ ମିଡିଆରେ ଏୟାରପୋର୍ଟ ହୋଇଥିବା ଲୋକଙ୍କ ଭିଡିଓ ସେୟାର କରିଛି । ତେବେ ତାଲିବାନ ମାନଙ୍କ ଆତଙ୍କକୁ ନେଇ ସାରା ଦୁନିଆ ଏବେ ଚିନ୍ତା ବ୍ୟକ୍ତ କରିଛନ୍ତି ।

ତେବେ ଆଫଗାନିସ୍ତାନର ଏହି ଭଳି ପରିସ୍ଥିତିକୁ ନେଇ ଜାତିସଂଘର ସୁରକ୍ଷା ପରିଷଦ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିିତ ହେବ । ଭାରତୀୟ ସମୟାନୁସାରେ ଏହି ବୈଠକ ସନ୍ଧ୍ୟା ୭ଟା ୩୦ ସମୟରେ ହେବ । ଏହି ବୈଠକର ଅଧ୍ୟକ୍ଷତା ଭାରତ କରିବ ବୋଲି ଜଣାପଡ଼ିଛି । ବୈଠକର ଅଧ୍ୟକ୍ଷତା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପୂର୍ବରୁ ନ୍ୟୁୟର୍କରେ ଉପସ୍ଥିତ ଅଛନ୍ତି, କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନରେ ଯେଉଁ ଘଟଣାକ୍ରମ ମାନ ଘଟିଯାଇଛି ଏବଂ ପରିସ୍ଥିତି ଯେଉଁଭଳି ଭାବରେ ବଦଳିଛି ସେ ଦୃଷ୍ଟିରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଏହି ବୈଠକରେ ଆଫଗାନିସ୍ତାନରୁ କିଏ ପ୍ରତିନିଧୀ ହେବେ ଏବଂ ସେ କିପରି ଆଫଗାନିସ୍ତାନର ପକ୍ଷ ଉପସ୍ଥାପନ କରିବେ।

Get real time updates directly on you device, subscribe now.