fbpx

ଘୋଷଣା ହେଲା ଜାତୀୟ ହସ୍ତଶିଳ୍ପ ପୁରସ୍କାର, ଓଡ଼ିଶାରୁ ପାଇବେ ୯ ଜଣ

ଭୁବନେଶ୍ୱର: ୨୦୧୮ ମସିହା ପାଇଁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଘୋଷଣା । ଓଡ଼ିଶାରୁ ଏହି ପୁରସ୍କାର ପାଇବାକୁ ୯ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ୨ ଜଣଙ୍କୁ ଶିଳ୍ପଗୁରୁ, ୫ ଜଣଙ୍କୁ ଜାତୀୟ ହସ୍ତଶିଳ୍ପ, ୨ ଜଣ ଜାତୀୟ ହସ୍ତଶିଳ୍ପ ଦକ୍ଷତା ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ବିବେଚିତ । ବିଜୟ କୁମାର ପରିଡା ଓ ମହେଶ୍ୱର ପରିଡା ଶିଳ୍ପଗୁରୁ ପୁରସ୍କାର ପାଇବେ । ରାଜେନ୍ଦ୍ର ମେହେର, କୁନି ପାତ୍ର, ସନ୍ତୋଷ ସେନାପତି, ସଂଘମିତ୍ରା ମହାରଣା ପାଇବେ ଜାତୀୟ ହସ୍ତଶିଳ୍ପ ପୁରସ୍କାର । ସେହିଭଳି ହସ୍ତଶିଳ୍ପ ଦକ୍ଷତା ପ୍ରମାଣପତ୍ର ପାଇବେ ନରେନ୍ଦ୍ର ଭୋଇ ଓ ପ୍ରମୋଦ ମହାରଣା ।

Get real time updates directly on you device, subscribe now.