fbpx

ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳେ: ଆଜି ୭୨୦ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ କମିନାହିଁ । ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସରକାର ତାଲାବନ୍ଦ କଟକଣାକୁ କୋହଳ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଏବେ ବି ଆଶଙ୍କା ହଟିନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ଦୀର୍ଘ ୪ ମାସ ପରେ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିଥିଲା । ଏବେ ୬ ଦିନ ଲଗାତର ଦୈନିକ ସଂକ୍ରମଣ ହଜାରେ ଉପରେ ରହିବା ପରେ ଦୁଇଦିନ ହେଲା ହଜାରେ ତଳକୁ ଖସୁଛି । ଏହା ମଧ୍ୟରେ ଆଜି ୭୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୨୧ ଓ ସ୍ଥାନୀୟ ଅଞ୍ଚଳରୁ ୨୯୯ ଜଣ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୬ ହଜାର ୧୫୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୭୯ ହଜାର ୪୦୭ ରହିଥିବା ବେଳେ ୯ ହଜାର ୬୭୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.